ହେଡଲାଇନସ୍:

ବିନା ଓପନ୍‍ ହାର୍ଟ ସର୍ଜରୀରେ ଲାଗିଲା ଭାଲ୍‍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କିମ୍‍ସରେ ଓଡ଼ିଶାର ପ୍ରଥମ ବିରଳ ଅସ୍ତ୍ରୋପଚାର

07-06-18-kims.jpg - 38.08 kBଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ)ରେ ବିରଳ ହୃଦ୍‍ରୋଗ ଅସ୍ତ୍ରୋପଚାର । କିମ୍‍ସର ହୃଦ୍‍ଶଲ୍ୟ ବିଭାଗ ଡାକ୍ତର ଅନୁପମ ଜେନାଙ୍କ ନେତୃତ୍ୱରେ କରାଯାଇଛି ଏହି ବିରଳ ଅସ୍ତେ୍ରାପଚାର । ଡାକ୍ତର ଜେନା ବିନା ଓପନ ହାର୍ଟ ସର୍ଜରୀରେ ଭାଲଭ ପ୍ରତିରୋପଣ କରିଥିବା ପ୍ରକାଶ କରିଛନ୍ତି । ଟ୍ରାନ୍‍ସ କ୍ୟାଥେଟର୍‍ ଆଓର୍ଟିକ ଭାଲ୍‍ଭ ପ୍ରତିରୋପଣ (ଟିଏଭିଆର୍‍) କୁହାଯାଉଥିବା ଏଭଳି ବିରଳ ଅସ୍ତ୍ରୋପଚାର ପ୍ରଥମ ଥର ଲାଗି ଓଡ଼ିଶାରେ କରାଯାଇଥିବା କୁହାଯାଉଛି । ଡା. ଜେନା ଓ ତାଙ୍କ ସହଯୋଗୀ ଆମେରିକାର ଡା. ମାଇକେଲ୍‍ କାସ୍‍କେଙ୍କୁ ନେଇ ଏକ ଡାକ୍ତରୀ ଦଳ ଜଣେ ୭୨ବର୍ଷ ବୟସ୍କା ମହିଳାଙ୍କଠାରେ ଏଭଳି ବିରଳ ଅସ୍ତ୍ରୋପଚାର କରି ସଫଳ ହୋଇଛନ୍ତି । ମହିଳାଙ୍କ ଆଓର୍ଟିକ୍‍ ଭାଲ୍‍ଭଟି ଅଣଓସାରିଆ ହୋଇଯାଇଥିବା ଯୋଗୁଁ ସେ ଦୀର୍ଘ ଦିନ ଧରି ଛାତିରେ ଯନ୍ତ୍ରଣା ଓ ଶ୍ୱାସକ୍ରିୟାରେ ଅସୁବିଧା ଭୋଗି ଆସୁଥିଲେ । ଏଭଳି ଅବସ୍ଥାରେ ଜଣେ ବୟସ୍କ ରୋଗୀଙ୍କଠାରେ ଓପନ ହାର୍ଟ ସର୍ଜରୀ କରିବା ବିପଜ୍ଜନକ ଥିବାରୁ ଏଭଳି ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅସ୍ତ୍ରୋପଚାରର ଦୁଇ ତିନି ଦିନ ମଧ୍ୟରେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି । ଏଭଳି ଅସ୍ତେ୍ରାପଚାରରେ ରୋଗୀଙ୍କୁ ପ୍ରାୟ ୩ରୁ ୫ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବାକୁ ପଡ଼ୁଥିବାରୁ ଏହା ଅପେକ୍ଷାକୃତ କମ ଖର୍ଚ୍ଚ ଓ ଯନ୍ତ୍ରଣାମୁକ୍ତ ଅସ୍ତେ୍ରାପଚାର ବୋଲି ଡା ଜେନା କହିଛନ୍ତି । ଏଫ୍‍ଡିଏ ଦ୍ୱାରା ସ୍ୱୀକୃତି ପାଇଥିବା ଏହି ପଦ୍ଧତି ସଂପୂର୍ଣ୍ଣ ନୂତନ ଏବଂ ଏହା ଦ୍ୱାରା ଓପନ୍‍ ହାର୍ଟ ସର୍ଜରୀ ନକରି ଛାତିରେ ଏକ ଛୋଟ କଣା କରାଯାଇ ଭାଲ୍‍ଭ ପ୍ରତିରୋପଣ କରାଯାଇଥାଏ । ଏକ ନୂତନ ପଦ୍ଧତିରେ ବିରଳ ଅସ୍ତ୍ରୋପଚାର  କରିଥିବା ଡା. ଅନୁପମ ଜେନା ଓ ତାଙ୍କ ଟିମ୍‍କୁ ପ୍ରତିଷ୍ଠାତା ଅଚ୍ୟୁତ  ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ୍ୟ, କିମ୍‍ସର ହୃଦ୍‍ରୋଗ ବିଭାଗ ହୃଦ୍‍ ଅସ୍ତେ୍ରାପଚାର କ୍ଷେତ୍ରରେ ଓଡ଼ିଶାରେ ଏକ ନିର୍ଭରଯୋଗ୍ୟ କେନ୍ଦ୍ର ପାଲଟିଛି । ଏଠାରେ ଏକ୍‍ମୋ ଭଳି ଜୀବନ ରକ୍ଷାକାରୀ ଉନ୍ନତ ଜ୍ଞାନକୌଶଳ ଭିତ୍ତିକ ଯନ୍ତ୍ରପାତି ଜରିଆରେ କିମ୍‍ସର ଦକ୍ଷ ଡାକ୍ତରମାନେ ହୃଦ୍‍ ଅସ୍ତ୍ରୋପଚାରରେ ସଫଳତା ପାଇପାରୁଛନ୍ତି ।

0
0
0
s2sdefault