ଭୁବନେଶ୍ୱର, ୦୬ ଜୁନ - ୨୦୧୭-୧୮ ଅ ।ର୍ଥିକ ବର୍ଷରେ ଭାଗବତ ଟୁଙ୍ଗୀଗୁଡ଼ିକର ପୁନରୁଦ୍ଧାର ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୯ କୋଟି ଟଙ୍କା ବ୍ୟୟ କରାଯିବ । ପୂର୍ବରୁ ପ୍ରତି ଟୁଙ୍ଗୀର ପୁନରୁଦ୍ଧାର ବାବଦରେ ୨୫ ହଜାର ଟଙ୍କା ଦିଅ।ଯାଉଥିବାବେଳେ ଏଥରକ ଦିଅ ।ଯିବ ୫୦ ହଜାର ଟଙ୍କା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଟୁଙ୍ଗୀ ପୁନରୁଦ୍ଧାର ଓ ତଦାରଖ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ସ୍ଥିର କରାଯାଇଛି ।
ବୁଧବାର ପୂର୍ବାହ୍ନରେ ଓଡ଼ିଅ । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଓ ପରି·ଳନା ବାବଦରେ ସୁବିସ୍ତୃତ ଅ।ଲୋଚନା ହୋଇଥିଲା । ୨୦୧୪-୧୫, ୨୦୧୫-୧୬ ଓ ୨୦୧୬-୧୭ ଅ ।ର୍ଥିକ ବର୍ଷରେ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ୧୨୦୦ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଚଳିତ ଅ ।ର୍ଥିକ ବର୍ଷରୁ ଏହି ଅର୍ଥରାଶିକୁ ଦ୍ୱିଗୁଣିତ କରାଯାଇଛି । ଏହା ଫଳରେ ଅଧିକ ସଂଖ୍ୟାରେ ଭାଗବତ ଟୁଙ୍ଗୀଗୁଡ଼ିକୁ ସହାୟତା ପ୍ରଦାନ କରାଯାଇପାରିବ । ଭାଗବତ ଟୁଙ୍ଗୀ ପରି·ଳନା ନିମନ୍ତେ ଟୁଙ୍ଗୀର ତତ୍ୱାବଧାରକ ଓ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନାମରେ ବ୍ୟାଙ୍କ ଜମାବହି ଯୁଗ୍ମ ଭାବରେ ଖୋଲାଯିବ । ସଂପୃକ୍ତ ଜିଲ୍ଲାର ସଂସ୍କୃତି ଅଧିକାରୀ ଚିହ୍ନଟ ହୋଇ ପୁନରୁଦ୍ଧାର ସହାୟତା ପାଉଥିବା ଟୁଙ୍ଗୀଗୁଡ଼ିକର କାର୍ଯ୍ୟକ୍ରମ ତଦାରଖ କରିବେ ଓ ସେ ବାବଦରେ ସବିଶେଷ ବିବରଣୀ ପ୍ରଦାନ କରିବେ ବୋଲି ଶାସନ ସଚିବ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।
ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅ ।ସିଥିବା ଜିଲ୍ଲା ସଂସ୍କୃତି ଅଧିକାରୀମାନେ ଯୋଗଦେଇଥିଲେ । ଓଡ଼ିଅ । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରାମକୃଷ୍ଣ ସାହୁ ଓ ନିଦେ୍ର୍ଧଶକ ଶ୍ରୀ ବିଜୟ କୁମାର ନାୟକ ମଧ୍ୟ ଉପସ୍ଥିତ ଥିଲେ ।