ହେଡଲାଇନସ୍:

କୃଷି ବିମା ପ୍ରଦାନ ବିଲମ୍ବ ଯୋଗୁଁ କୃଷି ସମବାୟ ସମିତି ବୁଡେ଼ନ ଶାଖାରେ ତାଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-06-18-padam-chasi.jpg - 101.54 kB

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ଥ ବୁଡେ଼ନ ପଂଚାୟତ ବୁଡେ଼ନ ଗ୍ରାମର କୃଷି ସମବାୟ ସମିତି ଠାରେ କୃଷକ ସଂଘ ତରଫରୁ ତାଲା ପକାଇ ବିରୋଧ ପ୍ରଦର୍ଶନ କରା ଜାଇଥିଲା । ଗତ ୨୦୧୭ ଖରିପ ଫସଲ ଚାଷ ବିମା ପ୍ରଦାନ ରେ ବିଳମ୍ବ ଯୋଗୁଁ ଧୈର୍ୟ ହରା ହୋଇ ଚାଷି ମାନେ ବୁଡେ଼ନ କୃଷି ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କରି କାର୍ଯ୍ୟାଳୟରେ ତାଲା ପକାଇ ବିରୋଧ ପ୍ରଦର୍ଶନ କରିଥିଲେ । ଗତ ୨୦୧୭ ମରୁଡ଼ି ଯୋଗୁଁ ଫସଲ ହାନି ହୋଇଥିବାରୁ ସରକାର ଚାଷ ବିମା ପ୍ରଦାନ ପାଇଁ କହିଥିଲେ ହେଁ ବର୍ତମାନ ସୁଦ୍ଧା ବିମା ରାଶି ନ ପାଇଥିବା ରୁ ବୁଡେ଼ନ କୃଷି ସମବାୟ ସମିତି ସଂପାଦକ ଙ୍କୁ ଚାଷିମାନେ ଦାବି ପତ୍ର ପ୍ରଦାନ ସହ ବିମା ରାଶି ଶିଘ୍ର ନ ମିଳିଲେ ତିବ୍ର ଆନେ୍ଦାଳନ କରା ଯିବ ବୋଲି କହିଥିଲେ । ନିଳମଣି ଏଣ୍ଡଜା, ଜ୍ୟେତିର୍ମୟ ସାହୁ, ଟଙ୍କଧର ସାହ. ଗିରିଷ ଚନ୍ଦ୍ର ସାହୁ, କ୍ଷେତ୍ର ମୋହନ ସାହୁ, ବିଶ୍ୱାମିତ୍ର କନ୍ଦା, ଗିରିଧାରି ସୁନା ଙ୍କ ସହ ଶତାଧିକ ଚାଷି ଆନେ୍ଦାଳନ ରେ ସମ୍ମିଳିତ ହୋଇଥିଲେ ।

0
0
0
s2sdefault