ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଡବାହାଳ ପଞ୍ଚାୟତ ଅନ୍ତର୍ଗତ ଲଇଣ୍ଡାମାଳ ଗ୍ରାମର ସରତ ପ୍ରଧାନ, ରାମ ଚନ୍ଦ୍ର ପ୍ରଧାନ, ଜୋଶବନ୍ତ ପ୍ରଧାନ, ଲଛମନ  ପ୍ରଧାନ ଆଦି ୪ଜଣ ବ୍ୟକ୍ତି ଉକ୍ତ ଗ୍ରାମର ସରକାରୀ ଜମିରେ ଦୀର୍ଘ ଦିନ ହେଲା  ଖଳା ଓ ଗାଈ ଗୁହାଳ କରି ଆସି ଥିଲେ।ଏହାକୁ ଉକ୍ତ ଗ୍ରାମରୁ ଉପଖଣ୍ଡ ପ୍ରଶାସନ ଓ ତହସିଲଦାରଙ୍କ ଠାରେ ଉଚ୍ଛେଦ ପାଇଁ ଗ୍ରାମବାସୀ ମାନେ ଦାବି କରିଥିଲେ।ଏହାପରେ ପ୍ରଶାସନ ପକ୍ଷରୁ ଏହି ୪ ଜଣଙ୍କୁ ଉଚ୍ଛେଦ ପାଇଁ ନୋଟିସ କରାଯାଇ ଥିଲା।ହେଲେ ଉକ୍ତ ୪ ଜଣ  ନିଜ ପକ୍ଷରୁ ଉଚ୍ଛେଦ କରି ନ ଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ସୋମବାର ଉଚ୍ଛେଦ କରାଯାଇଛି। ମାଜିଷ୍ଟେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଅମୂଲ୍ୟ ବାଘ, ରେଢାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ପ୍ରମୁଖ ପୋଲିସ ସଦଳ ବଳେ ଯାଇ ଉଚ୍ଛେଦ କରା ଯାଇଛି।

0
0
0
s2sdefault