ଭିନ୍ନକ୍ଷମଙ୍କ ପାଇଁ କାର୍ଯ୍ୟରତ ପିଏଜି ମାନଙ୍କୁ ଛଟେଇ ଓ ବକେୟା ଦରମା ନ ଦେବାର ପ୍ରତିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୧୩୯ ଟି ପଞ୍ଚାୟତରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା କାର୍ଯ୍ୟରତ ପିଏଜି ମାନଙ୍କୁ ଦୀର୍ଘ ୧୭ ମାସର ଦରମା ନ ଦେଇ ହଠାତ ବିନା ନୋଟିସରେ ଛଟେଇ କରି ଦେଇଥିବା ପ୍ରତିବାଦରେ ସିସି/ପିଏଜି ସଙ୍ଘ ପକ୍ଷରୁ  ପାରଳାଖେମୁଣ୍ଡି  ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପରେ ଦାବି ପୂରଣ ପାଇଁ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟର ଭାସ୍କର ଚନ୍ଦ୍ର ସାହୁଙ୍କୁ ପ୍ରଦାନ କରାଯାଇଥିଲା ।  ଏହି ଅବସରରେ ପିଏଜି ସଙ୍ଘ ପକ୍ଷରୁ ସ୍ଥାନୀୟ କଲେଜ ଛକରୁ ସଂଘର ସଭାପତି ଶ୍ରୀ କେ: ଶିବାଜୀ ଓ ସମ୍ପାଦକ ଶ୍ରୀ  ରବିନ କୁମାର ମିଶାଲଙ୍କ ନେତୃତ୍ୱରେ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । 

ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ସଂଘର ସମ୍ପାଦକ ଶ୍ରୀ ରବିନ କୁମାର ମିଶାଲ କହିଥିଲେ ଯେ , ଆମେ ଗତ ୨୦୧୮ ନଭେମ୍ବର ମାସରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତ ସ୍ତରରେ ଥିବା ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କ ବିଭିନ୍ନ ସେବା ମୂଳକ କାର୍ଯ୍ୟ କରିବା ପାଇଁ ନିଯୁକ୍ତି ପାଇଥିଲୁ । କାମ ଗୁଡିକ ମଧ୍ୟରେ ମୁଖ୍ୟତଃ ଭିନ୍ନକ୍ଷମ ମାନଙ୍କ ଆଧାର କାର୍ଡ , ପେନସନ୍ , ପ୍ରମାଣପତ୍ର , ଭୀମଭୋଇ ସାମର୍ଥ୍ୟ ଶିବିରକୁ ନେବା ଆଣିବା , ମୋବାଇଲ ନମ୍ବର , ପାସବୁକ , ଆଇଡି କାର୍ଡ ଏଭଳି ୧୪ ସୁତ୍ରୀ ଉପରେ କାର୍ଯ୍ୟ କରି ଆସୁଥିଲୁ ।  ଆମକୁ ଦୀର୍ଘ ମାସ ଧରି ଖଟାଇ ଏବଂ ତାଙ୍କର ବିଭିନ୍ନ କାମ ହାସଲ ହେବା ପରେ ଆମକୁ କୌଣସି କିଛି ଦରମା ନ ଦେଇ ହଠାତ୍ ବିନା ନୋଟିସରେ ଛଟେଇ କରିଦେଲେ ।ଏଥିରେ ଆମ ପରିବାର ପେଟରେ ଲାତ ମାରିବା ଭଳି କରିଛନ୍ତି ।  ଆମକୁ ଛଟେଇ କରିଦେଲେ ଆମେ କୁଆଡେ ଯିବୁ । ଏଥିରେ ଅନେକ ଭିନ୍ନକ୍ଷମ ଭାଇଭଉଣୀ ମଧ୍ୟ ରହିଛନ୍ତି । ତେଣୁ ଆମର ଦାବି ହେଉଛି ଯେ ଆମକୁ ପୁନଃ ନିଯୁକ୍ତି ଦେବା ସହ ସରକାରୀ କର୍ମଚାରୀର ମାନ୍ୟତା ଦିଆଯାଉ ଏବଂ ଆମର ୧୭ ମାସର ବକେୟା ଦରମା ତୁରନ୍ତ ଦିଆଯାଉ ।  ଆମର ଏସବୁ ଦାବି ତୁରନ୍ତ ପୁରାଣ କରା ନ ଗଲେ ଆଗାମୀ ଦିନରେ ଏହାର ପ୍ରତିବାଦରେ ଆମର ଆନ୍ଦୋଳନକୁ ତୀବ୍ର କରିବାକୁ ବାଧ୍ୟ ହେବୁ ବୋଲି କହିଥିଲେ ।

0
0
0
s2sdefault