ହେଡଲାଇନସ୍:

ଜମନକିରା ବାଙ୍ଗଟାଲରେ ପାଣି ସମସ୍ୟା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଜମନକିରା ବ୍ଲକ ଅଂଚଳରେ ଏଵେ ପାଣି ସମସ୍ୟା କୁ ନେଇ ଵହତୁ ଅସୁବିଧା ଦେଖିବାକୁ ମିଳୁଛି । ଅନେକ ଅଞ୍ଚଳ ଲୋକେ ପାଣି ପାଇଁ ଛାନିଆ ହେଉଥିବା ମଧ୍ୟ ଅଭିଯୋଗ ହେଉଛି l କେତେକ ସ୍ଥାନରେ ଲୋକେ ପାଣି ପାଇଁ ୨/୩ କିଲୋମିଟର  ପାଣି ଆଣିବାକୁ ଯିବାର ଅଭିଯୋଗ ହେଇଛି l ସେହିପରି ଠିକ ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତ ର ଲଙ୍କେଶ୍ୱରୀ ଓ ବାଙ୍ଗଟାଲ ଗ୍ରାମରେ ପାଣି ସମସ୍ୟା କୁ ନେଇ ଲୋକେ ବହୁତ ଚିନ୍ତିତ ଅଛନ୍ତି l ଏହି ଗ୍ରାମ ମାନଙ୍କରେ 70 ରୁ 80 ଆଦିବାସୀ  ପରିବାର  ଜନବସତି କରି  ରହି ଆସୁଥିବା ବେଳେ ଗ୍ରାମରେ କେବଳ ସ୍କୁଲ ନଳକୂଅ  କୁ ମିଶାଇ ମୋଟ 3 ଟି ନଳକୂପ ଅଛି l ସେଥି ମଧ୍ୟରୁ 2 ଟି ନଳକୂପ ର ପାଣି ଅବ୍ୟବହାର ଯୋଗ୍ୟ  ହେଉଥିବା ବେଳେ ଅନ୍ୟ ଗୋଟିଏ ନଳକୂପ  ଲୋକଙ୍କ ତୃଷ୍ଣା ମେଂଟାଇ ପାରୁନି l ଫଳରେ ବାଧ୍ୟ ହୋଇ ଲୋକେ 500 ମିଟର ଦୁରକୁ ଯାଇ ଗୋଟିଏ ଛୋଟିଆ ନାଲର ପାଣି ବ୍ୟବହାର କରୁଛନ୍ତି l ଯାହା ଫଳରେ ଏଠାକାର ଲୋକେ ଅନେକ ସମୟରେ ରୋଗାକ୍ରାନ୍ତ ହେଉଛନ୍ତି l ଏହାକୁ ନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ହେଁ କେହି ଏହି ଗରିବ ଲୋକଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି l ଏହି ଗ୍ରାମରେ ତୁରନ୍ତ ଉପଯୁକ୍ତ ସ୍ଥାନ ଦେଖି ପାଣିଟାଙ୍କି ବସାଯିବl ସହ ନୁଆଁ  ନଳକୂପ କରାଯିବା ପାଇଁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବୀ ହୋଇଛି।

0
0
0
s2sdefault