ଆଜିଠୁ ଖୋଲିଲା ବିଶ୍ୱବିଦ୍ୟାଳୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/-ରମାକାନ୍ତ ବିଶ୍ବାଳ--: ଆଜିଠୁ ଖୋଲିଲା ସାରା ରାଜ୍ୟରେ ଖୋଲିଲା  ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ । ପ୍ରାୟ ୯ ମାସ ପରେ କୋଡିଡ କଟକଣା ମଧ୍ୟରେ   ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ସରକାର ନିଦ୍ଦେର୍ଶ ଦେବା ପରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ସମ୍ବଲପୁର ଜିଲ୍ଲା ର ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜିଏମ ବିଶ୍ୱବିଦ୍ୟାଳୟ , ମହିଳା ମହାବିଦ୍ୟାଳୟ  ଗୁଡିକ ଖୋଲିଛି । ସମ୍ବଲପୁର ଜିଲ୍ଲା ର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଜିଏମ ବିଶ୍ୱବିଦ୍ୟାଳୟ ଆଜି ଠାରୁ ଖୋଲିଥିବା ବେଳେ କୋଭିଡ ଗାଇଟଲାଇନ ଅନୁସାରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ବିଶ୍ୱବିଦ୍ୟାଳୟ କୁ ପ୍ରବେଶ ପୁର୍ବରୁ ସମସ୍ତ ଛାତ୍ର ଛାତ୍ରୀ ଙ୍କ ପାଇଁ ଥର୍ମାଲ ସ୍କିନିଙ୍ଗ ଓ ମାସ୍କ  ବାଧ୍ୟତାମୂଳକ କରାଯାଇଛି । ଏଥିସହ ସମସ୍ତ ଙ୍କ ପାଇଁ ହାତ ସାନାଟାରାଜ କରିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ସେହିପରି ବିଶ୍ୱବିଦ୍ୟାଳୟ ଶ୍ରେଣୀ କକ୍ଷରେ ସାମାଜିକ ଦୂରତା ରକ୍ଷା କରାଯାଇ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ପ୍ରାୟ ୯  ମାସ ପରେ ବିଶ୍ୱବିଦ୍ୟାଳୟ ଖୋଲୁଥିବାରୁ ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟ କୁ ଆସୁଥିବା ଛାତ୍ର ଛାତ୍ରୀ ମାନେ ବେସ ଉତ୍ସାହିତ ଥିବା ଦେଖିବାକୁ ମିଲିଥିଲା ।

0
0
0
s2sdefault