ହେଡଲାଇନସ୍:

ବେଲଗୁଣ୍ଠା ବ୍ଳକ୍ ଓଡିଶା ଆଦର୍ଶ ବିଦ୍ୟାଳୟର ପରୀକ୍ଷା ଫଳ ; ୯୫ ପ୍ରତିଶତ ନମ୍ବର୍ ରଖି ସ୍ଵୟଂଶାଳିନୀଙ୍କ ସଫଳତା ହାସଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ମଙ୍ଗଳବାର ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଦଶମିକ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷାଫଳ I ଏଥିରେ ବେଲଗୁଣ୍ଠା ବ୍ଳକ୍ ପ୍ରତାପ ଲକ୍ଷ୍ମଣପୁର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପୂର୍ବ ବର୍ଷ ଗୁଡିକ ରେକର୍ଡ଼କୁ ଭାଙ୍ଗି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି I ଚଳିତ ବର୍ଷ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରାଛାତ୍ରୀଙ୍କ ପାସ୍ ହାର ୯୮.୭୬ ପ୍ରତିଶତ ରହିଥିବା ବେଳେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାସ୍ ହାର ୮୨.୨୭ ପ୍ରତିଶତ ରହିଛି I ଦଶମ ଶ୍ରେଣୀରେ ମୋଟ ୮୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୭ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱାଦଶ ଶ୍ରେଣୀରେ ମୋଟ ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀ ସ୍ଵୟଂଶାଳିନୀ ସ୍ୱାଇଁ ୯୫ ପ୍ରତିଶତ ନମ୍ବର୍ ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି I ସ୍ଵୟଂଶାଳିନୀ ମୋଟ ୬୦୦ ନମ୍ବର୍ ରୁ ୫୭୦ ନମ୍ବର୍ ହାସଲ କରିଛନ୍ତି I ସ୍ୱୟଂଶାଳିନୀ ହେଉଛନ୍ତି ବେଲଗୁଣ୍ଠା ବ୍ଳକ୍ ପାଇଲିପଡା ପଂଚାୟତ ଧାନପୁଞ୍ଜା ଗ୍ରାମର ସନ୍ତୋଷ କୁମାର ସ୍ୱାଇଁ ଏବଂ ମାମାଜିନି ସ୍ଵାଇଁଙ୍କ ସୁକନ୍ୟା I ସେ ଦୈନିକ ୧୨/୧୪ ଘଣ୍ଟା ପାଠ ପଢି ଏହି ସଫଳତା ହାସଲ କରିଥିବା ବେଳେ ବେଳେ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି I ଦଶମ ଶ୍ରେଣୀରେ ଛାତ୍ର ରୁଦ୍ରନାରାୟଣ ପଣ୍ଡା ୯୫.୬ ପ୍ରତିଶତ ନମ୍ବର୍ ରଖି ବିଦ୍ୟାଳୟରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱାଦଶରେ ଛାତ୍ରୀ ସୁଇଟି ପ୍ରଧାନ ୯୧.୮ ପ୍ରତିଶତ ନମ୍ବର୍ ରଖି ବିଦ୍ୟାଳୟରେ ଶୀର୍ଷ ସ୍ଥାନରେ ହାସଲ କରିଛନ୍ତି I ବିଦ୍ୟାଳୟ ତରଫରୁ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀ,ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି I

0
0
0
s2sdefault