କେନ୍ଦୁଝର ନାଗରିକ ବିକାଶ ପରିଷଦର ସ୍ଵତନ୍ତ୍ର ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର: ୧୧/୦୫/୨୦୨୫ : ଆଜି କେନ୍ଦୁଝର ନାଗରିକ ବିକାଶ ପରିଷଦ ର ଏକ ସ୍ଵତନ୍ତ୍ର ବୈଠକ ପ୍ରଫେସର ହାଡିବନ୍ଧୁ ପଟ୍ଟନାୟକଙ୍କ ସଭାପତିତ୍ବରେ ପରିଷଦର ୟୁନିଟ୍ ୩ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ମାଟିର ସୁଯୋଗ୍ୟ ସନ୍ତାନ ଶ୍ରୀଯୁକ୍ତ ମୋହନ ଚରଣ ମାଝି ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ପରେ, ନିଜର ପୂର୍ବ ଅଭିଜ୍ଞତା, ଅତୀତରେ ନିଜେ ରଖିଥିବା ଦାବି ଓ ସର୍ବୋପରି ଜିଲ୍ଲାର ଆବଶ୍ୟକତାକୁ ସ୍ଵତଃ ପ୍ରବୃତ ଭାବେ ବିଚାରକୁ ନେଇ, ଇତିମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯଥା: ଉତ୍ତର ଓଡିଶା ବିକାଶ ପରିଷଦ ଗଠନ, ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା, ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ହାସପାତାଳ ଠାରେ ଟ୍ରମା କେନ୍ଦ୍ର ପ୍ରତିଷ୍ଠା, ଘଟଗାଁ ତାରିଣୀ ପୀଠର ସମ୍ପ୍ରସାରଣ ଓ ଆଧୁନିକୀକରଣ, ରାଇସୁଆଁ ଏରୋଡ୍ରମର ଉନ୍ନତିକରଣ, ଭୁବନେଶ୍ୱର ଠାରେ ଧରଣୀଧର ଅତିଥି ଭବନ ନିର୍ମାଣ, ଏକ ଲକ୍ଷ ତିରିଶ ହଜାର କୋଟି ଟଙ୍କା ବିନିଯୋଗରେ ଅନ୍ୟ ତିରିଶି ପ୍ରକଳ୍ପ ପ୍ରତିଷ୍ଠା ଓ କେନ୍ଦୁଝର ମଧ୍ୟଦେଇ ଦିଲ୍ଲୀକୁ ଟ୍ରେନ୍ ଚଳାଚଳ ପ୍ରଭୃତି ପ୍ରକଳ୍ପକୁ ମଂଜୁରୀ ଦେଇଥିବାରୁ, ପରିଷଦ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ଧନ୍ୟବାଦ ସହିତ କୃତଜ୍ଞତା ଜଣାଇଛି।
ଉପରୋକ୍ତ ପ୍ରକଳ୍ପ ମଧ୍ୟରୁ କେତେକ ପ୍ରକଳ୍ପ ପାଇଁ ପରିଷଦ ବହୁଦିନରୁ ଦାବିକରି ଆସୁଥିଲା। ଆଜି ସେସବୁ ମଂଜୁରୀ ପାଇଥିବାରୁ ପରିଷଦ ଖୁସି ବ୍ୟକ୍ତ କରିଛି। ଜିଲ୍ଲାର ସାମଗ୍ରିକ ବିକାଶ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହାସବୁ ପଦକ୍ଷେପ ଗ୍ରହଣ କରିବେ, ତା'ର ସଫଳ ରୂପାୟନ ପାଇଁ ପରିଷଦ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ଏକ ସଙ୍କଳ୍ପ ପାରିତ କରିଛି। ଏହା ବ୍ୟତିତ, ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ପାଇଁ ଏକ ବିସ୍ତୃତ ଚିଠା ପ୍ରସ୍ତୁତ କରି ପରବର୍ତ୍ତୀ କାଳରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି।

0
0
0
s2sdefault