ଓଡ଼ିଆ ଆଇଏଏସ ସୁବ୍ରତ ସାହୁଙ୍କୁ  ଛତିଶଗଡର ମୁଖ୍ୟ ଶାସନ ଭାବେ ଅତିରିକ୍ତ ଦାୟିତ୍ୱ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟପୁର(ଶାସକ ପ୍ରଶାସକ) : ୧୯୯୨ ମସିହା ବ୍ୟାଚର ବରିଷ୍ଠ  ଓଡ଼ିଆ ଆଇଏଏସ ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତ ହୋଇଛନ୍ତି  | ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟ ଗତ କାରଣରୁ ଛୁଟିରେ ଯାଇଥିବା ହେତୁ ତାଙ୍କ ସ୍ଥାନରେ ଶ୍ରୀ ସାହୁଙ୍କୁ କାର୍ଯ୍ୟବାହୀ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରାଯାଇଥିବାର ସରକାରୀ ବିଜ୍ଞପ୍ତି ନାମା ସାଧାରଣ ପ୍ରଶାସନ ବିଭାଗରୁ ପ୍ରକାଶ ପାଇଛି |

ଶ୍ରୀ ସାହୁ ଏବେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କାର୍ଯ୍ୟାଳୟର ଦାୟିତ୍ୱ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ତଥା ଘରୋଇ ଓ ଜେଲପ୍ରଶାସନ, ଶକ୍ତି, ଇଲେକ୍ଟ୍ରୋନିକ୍ସ, ଆଇ.ଟି,ବାଣିଜ୍ୟ ଏବଂ ଶିଳ୍ପ ଆଦି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଉଛନ୍ତି | ଏହା ପୂର୍ବରୁ ସେ ଛତିଶଗଡ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଦକ୍ଷତା ଓ ସ୍ୱଚ୍ଛତାର ସହିତ ନିର୍ବାଚନ ପରିଚାଳନା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି |

file photo

ନିଜର ଅନନ୍ୟ ପାରଦର୍ଶିତା ଓ ଉଚ୍ଚକୋଟୀର କାର୍ଯ୍ୟକୁଶଳତା ପାଇଁ ଶ୍ରୀ ସାହୁ ପ୍ରଶାସନିକ ମହଲରେ  ବେଶ ସୁନାମ ଅର୍ଜନ କରିଛନ୍ତି | ସେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କର ସୁପୁତ୍ର ଅଟନ୍ତି |

0
0
0
s2sdefault