ବାଳିକା ଉଚ୍ଚ  ବିଦ୍ୟାଳୟରେ ପୁସ୍ତକ ଓ ମାସ୍କ ବଂଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କୁ ପୁସ୍ତକ ଓ ମାସ୍କ ବଂଟନ କରାଯାଇଛି । ଉକ୍ତ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ତଥା ଶିକ୍ଷାପ୍ରେମୀ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରକାଶ ଅଗ୍ରୱାଲ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ମାସ୍କ ବଂଟନ କରିଥିଲେ । ପରିଚାଳନା କମିଟି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଶ୍ରୀମତୀ ସରସ୍ୱତୀ ଭୋଇ ଓ ବିଶ୍ୱନାଥ ଦାଶ ଉପସ୍ଥିତ ରହି ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କୁ ବୁକ ବ୍ୟାଙ୍କ ସଂଗୃହୀତ ପୁସ୍ତକ ବଂଟନ କରିଥିଲେ । ବରିଷ୍ଠ ଶିକ୍ଷକ ଶ୍ରୀ ବୃନ୍ଦାବନ ଦାଶ ସ୍ୱାଗତ ଭାଷଣ ଭାଷଣ ଦେବା ସଙ୍ଗେ ସଙ୍ଗେ ସଭା କାର୍ଯ୍ୟ ସଂଯୋଜନା କରିଥିଲେ । ଶିକ୍ଷକ ଶ୍ରୀ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ଝଙଚ ଗାଇଡଲାଇନ ଉପରେ ଆଲୋଚନା କରିଥିଲେ । ଏହି ସଭା କାର୍ଯ୍ୟରେ ସମସ୍ତ ଶିକ୍ଷକ ତଥା ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଶେଷରେ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault