ହେଡଲାଇନସ୍:

ଅଚାନକ ଧାନମଣ୍ଡିରେ ପହଞ୍ଚିଲେ ଉପଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ଦିନ ହେଉ ଅବା ରାତି , କିମ୍ବା ଖରା ହେଉ ଅବା ଶୀତ ସବୁବେଳେ ଚାଷୀଙ୍କ ଦୁଃଖ ସୁଖରେ ଚାଷୀଙ୍କ ସହ ଠିଆ ହୋଇଥାନ୍ତି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ । ପଦ୍ମପୁର ଉପଖଣ୍ଡ ବିଭିନ୍ନ ମଣ୍ଡିରେ ଚାଷୀ ମାନଙ୍କ ଧାନ ବିକ୍ରି ପାଇଁ ଆସିଛି ଏବଂ ଟୋକନ ଅନୁସାରେ ବିକ୍ରି ହେଉଛି । ଚାଷୀ ମାନଙ୍କ ଧାନ ଠିକ ଭାବରେ ବିକ୍ରି ହେଉଛି କି ନାହିଁ ତାହା ତଦାରଖ କରୁଛନ୍ତି ନିୟମିତ ଭାବେ । ଆଜି ଅଚାନକ ସନ୍ଧ୍ୟା ସମୟରେ ମଧ୍ୟ ପଦ୍ମପୁର ତଥା ଆଖପାଖ ମଣ୍ଡିକୁ ଯାଇ ପହଁଚିଯାଇଥିଲେ  ଉପଜିଲ୍ଲାପାଳ ଶ୍ରୀ ଦରଓ୍ବାନ | ଧାନ ବିକ୍ରି ସମ୍ବନ୍ଧରେ ଚାଷୀ ତଥା ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କୁ ପଚାରୀ ବୁଝିଥିଲେ । ଚାଷୀମାନଙ୍କର ଯେପରି କୌଣସି ଅସୁବିଧା ନହେବ ବା ସେମାନେ ଅଯଥା ହଇରାଣ ହରକତ ନହେବେ ସେଥିପ୍ରତି ଯତ୍ନବାନ ରହିବାକୁ ପରାମର୍ଶ ଦେଇଥିଲେ | 

0
0
0
s2sdefault