ହେଡଲାଇନସ୍:

ସାକ୍ଷୀପଡା ବିଜୟ ନାଏକ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ନାଗ ଗିରଫ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): -ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ  ସାକ୍ଷୀପଡା ଅଞ୍ଚଳର ବିଜୟ ନାଏକ ହତ୍ୟାକାଣ୍ଡ  ଘଟଣାର  ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ନାଗ  କୁ   ଗିରଫ କରିଛି ସମ୍ବଲପୁର ଧନୁପାଲି ପୋଲିସ । ଏନେଇ  ଆଜି ଏକ ସାମ୍ବାଦିକ ସମ୍ବିଳନିରେ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି ଗଙ୍ଗାଧର । ପୁର୍ବରୁ ଏହି ଘଟଣାରେ ୬ ଜଣକୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ନାଗ କୁ ପୋଲିସ ଝାରଖଣ୍ଡ ର ଜାମସେଦପୁର ରୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ଗୋବିନ୍ଦ ନାଗ ଏହି ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ହତ୍ୟାକାଣ୍ଡ ଦିନଠାରୁ ସେ ଫେରାର ଥିଲା । ମୁଖ୍ୟ ଅଭିଯୁକ୍ତ ନାରେ ପୁର୍ବରୁ ମଧ୍ୟ ଅନେକ ମାମଳା ଥିବାର ସମ୍ବଲପୁର ଏସପି ସୁଚାନା ଦେଇଛନ୍ତି । ଏହି ମାମଲା ଟିକୁ ରେଡ ଫ୍ଲାକ ମାମଳା ଭାବରେ ଗ୍ରହଣ କରାଯିବ ବୋଳି ସମ୍ବଲପୁର ଏସପି କହିଛନ୍ତି ।

0
0
0
s2sdefault