ହେଡଲାଇନସ୍:

ପରଲୋକରେ ବରିଷ୍ଠ ସାମ୍ବାଦିକ ସଭାପତି ଶଙ୍କର ପ୍ରସାଦ ମିଶ୍ର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ) :  ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି, ଉପଦେଷ୍ଟା,  ଓଡିଶା ସାମ୍ବାଦିକ ୟୁନିଅନର ପୂର୍ବତନ ସଭାପତି  ତଥା ବରିଷ୍ଠ ସାମ୍ବାଦିକ   ଶଙ୍କର ପ୍ରସାଦ ମିଶ୍ର (୬୩)ଙ୍କ ବୁଧବାର ଅକାଳ ବିୟୋଗ ଘଟିଛି । ସମ୍ବଲପୁର ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଶଙ୍କର ମିଶ୍ର ଙ୍କ ଅକାଳ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ  ଗଭୀର ଶୋକ ପ୍ରକାଶ କରାଯାଇଛି । ଗତ କିଛି ଦିନ ତଳେ ଶ୍ରୀ ମିଶ୍ର ଗୁରୁତର ଅସୁସ୍ଥ ହୋଇ ବଲାଙ୍ଗିର ଡାକ୍ତର ଖାନା ଆଇସିୟୁ ରେ ଭର୍ତ୍ତି ହୋଇଥିବା ବେଳେ ସ୍ଵାସ୍ଥ୍ୟବସ୍ଥା ରେ ଅବନତି ଘଟିବାରୁ ତାଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା l ଆଜି ଶ୍ରୀ ମିଶ୍ରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବଲାଙ୍ଗୀରରେ ଏକ ଶୋକାକୁଳ ପରିବେଶ ସ୍ରୁଷ୍ଟି ହୋଇଛି l ଶ୍ରୀ ମିଶ୍ରଙ୍କ ପତ୍ନୀ ରତ୍ନମାଳା ଯୋଶୀ ଜଣେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷl ହୋଇଥିବାବେଳେ ତାଙ୍କର ଦୁଇଟି  ଝିଅ ଅଛନ୍ତି l ଶ୍ରୀ ମିଶ୍ରଙ୍କ ବିୟୋଗ ବଲାଙ୍ଗିର ସାମ୍ବାଦିକତା କ୍ଷେତ୍ର ରେ ଏକ ଅପୂରଣୀୟ କ୍ଷତି ହୋଇଛି। 

  ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଏବଂ ବଲାଙ୍ଗିର ପ୍ରେସ କ୍ଲବ ପକ୍ଷରୁ ଶ୍ରୀ ମିଶ୍ରଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ର ପ୍ରତିଷ୍ଠା କ୍ଷେତ୍ରରେ ସ୍ଵର୍ଗତ ମିଶ୍ର ଙ୍କ ଏକ ମହତ ଅବଦାନ ରହିଥିଲା l ଶ୍ରୀ ମିଶ୍ରଙ୍କ ନେତୃତ୍ୱ ଶୈଳୀ, ସାଙ୍ଗଠନିକ ଦକ୍ଷତା, ସାମ୍ବାଦିକତା ବୃତ୍ତି ପ୍ରତି ଅବଦାନ ଏବଂ ଆମାୟିକ ବ୍ୟବହାର ସବୁଦିନ ପାଇଁ ମନେ ରହିବ ବୋଲି ସାମ୍ବାଦିକ ମହାଲରେ ମତପ୍ରକାଶ ପାଇଛି | "ଶାସକ ପ୍ରଶାସକ" ପରିବାର ପକ୍ଷରୁ ଏହି ମହାନ ସାମ୍ବାଦିକଙ୍କ  ଦେହାନ୍ତରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ ସହ ତାଙ୍କ ଅମରତ୍ମାର ସଦ୍ଗତି କାମନା କରାଯାଇଛି | 

0
0
0
s2sdefault