ହେଡଲାଇନସ୍:

ଏମସିଏଲ ପକ୍ଷରୁ ସ୍ୱଦେଶୀ କୃଷି ପାଇଁ ‘ଦେଶୀ ବୀଜ ଘର’ ଯୋଜନା I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):  ଏମସିଏଲ ପକ୍ଷରୁ “ଦେଶୀ ବୀଜ ଘର’ ନାମରେ ଏକ ଯୋଜନା ଚାଷୀଙ୍କ ବିକାଶ ଲକ୍ଷ୍ୟକୁ ପ୍ରାଧାନ୍ୟ ଦେଇ ହାତକୁ ନିଆଯାଇଛି । କମ୍ପାନିର ସିଏସ୍‌ଆର ଏମସିଏଲ୍ ପକ୍ଷରୁ ଏକ ଅଭିନବ ପଦକ୍ଷେପ କାର୍ଯ୍ୟକ୍ରମ ଜରିଆରେ ଚାଷୀଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କୁ ଦେଶୀ ବିହନରେ ଚାଷ ଓ ମଞ୍ଜି ସଂରକ୍ଷଣ ପାଇଁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ଏମସିଏଲ୍ ସେଚ୍ଛାସେବୀ ସଂଗଠନ ଗ୍ରାମ ସମୃଦ୍ଧି ଟ୍ରଷ୍ଟ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଳକରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ପାଖାପାଖି ୨ଶହ ଚାଷୀଙ୍କୁ ଏହି ଯୋଜନାରେ ତାଲିମ୍ ଦିଆଯିବ I ଦେଶୀ ବିହନ ସଂରକ୍ଷଣ ରଖି କୃଷି କ୍ଷେତ୍ରରେ ବିକାଶ ଆଣିବା ଲକ୍ଷ୍ୟରେ ଏହି ଯୋଜନା ହାତକୁ ନିଆଯାଇଥିବା ଏମସିଏଲ୍ ପକ୍ଷରୁ ପ୍ରେସ ବିବୃତ୍ତି  ମାଧ୍ୟମରେ ସୂଚନା ଦିଆଯାଇଛି I

0
0
0
s2sdefault