ଭଟଲି :- (ସୁଧୀର ତ୍ରିପାଠୀ )- ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଟଲି ବ୍ଲକ ମୂଳବାର ପଂଚାୟତ ଭିଞ୍ଜେତୋରା ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଏକ ଭବ୍ୟ ମନ୍ଦିର ପାଇଁ ଆଜି ଭୂମି ପୂଜନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଏହି ଭୂମି ପୂଜନ ଅବସରରେ ଯୋଗଦେଇ ପବିତ୍ର ମନ୍ଦିର ପାଇଁ ଭୂମି ପୂଜନ କରିଥିଲେ । ଏହା ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କର୍ଲାଯୋରି ଛକରୁ ଭିଞ୍ଜେତୋରା ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ ଓ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଗ୍ରାମର ବିକାଶ ଓ ବିଭିନ୍ନ ସମସ୍ୟା ଉପରେ ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ବ୍ଲକ୍ ସଭାପତି ଗୋବିନ୍ଦ ପ୍ରଧାନ, ସରପଞ୍ଚଙ୍କ ପ୍ରତିନିଧି ଝରା ବାଗ, କମଗାଁ ସରପଞ୍ଚ ଆନନ୍ଦ ଖମାରୀ, ଯୁବନେତା ସତ୍ୟନାରାୟଣ ପ୍ରଧାନ, ବିଭାଗୀୟ ଅଧିକାରୀ ଓ ଗ୍ରାମବାସୀ ତଥା ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
ରାଜ୍ୟ
ମନ୍ଦିର ପାଇଁ ଭୂମି ପୂଜନ ସହ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ସୁଶାନ୍ତ
- Hits: 612