ହେଡଲାଇନସ୍:

ଛାତ୍ରଛାତ୍ରୀଙ୍କ ପାଇଁ  ଶୁଭାରମ୍ଭ ହେଲା ଓଡ଼ିଶା କ୍ୟାରିଅର୍ ପୋର୍ଟାଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଶା କ୍ୟାରିଆର୍ ପୋର୍ଟାଲର  ଶୁଭାରମ୍ଭ କରି କହିଲେ ଯେ ଏହି ନୂତନ ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ ଏକ ଅଦ୍ୱିତୀୟ ଏବଂ ସମୟୋପଯୋଗୀା ଯେତେବେଳେ କୋଭିଡ୍-୧୯ ମହାମାରୀ ଦ୍ୱାରା କବଳିତ, ପୂର୍ବର ଶିକ୍ଷା ବ୍ୟବସ୍ଥାରେ ଏକ ଜରୁରୀକାଳୀନ ସହାୟତା ରୂପେ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ସେମାନେ ଅନେ୍ୱଷଣ କରୁଥିବା ଆବଶ୍ୟକୀୟ ବୃତ୍ତିଗତ ଶିକ୍ଷାପ୍ରାପ୍ତି ନିମନ୍ତେ ଏକ ଯଥାର୍ଥ ସୂଚନାଦାତା ରୂପେ କାର୍ଯ୍ୟ କରିବା ଏହି କ୍ୟାରିଅର୍ ପୋର୍ଟାଲରେ  ସର୍ବାଧିକ ଚିତ୍ତାକ ର୍ଷକକାରୀ ଦିଗଟି ହେ ଲା, ଏହାର ସମସ୍ତ ପାଠ୍ୟ ବ ଷିୟଗୁଡ଼ିକ ରେ ଆଞ୍ଚଳିକ ଭାବାପନ୍ନତା ଏବଂ ସାଂପ୍ରତିକତା ବଜାୟ ରହିଛିା ଶିକ୍ଷାର୍ଥୀମାନେ ଏହାର ଡ୍ୟାସ୍ବୋର୍ଡକୁ ଖୁବ୍ ସହଜରେ ନିଜର ଆଇଡି ଦ୍ୱାରା ଲଗ୍ଇନ୍ କରି ଏହାକୁ ଖୋଲିପାରିବେ ଏବଂ ଆବଶ୍ୟକୀୟ ସୂଚନା ପାଇବା ସହିତ ତତ୍ସମ୍ବନ୍ଧୀୟ ନିଜର ସନ୍ଦେହମୋଚନ କରିପାରିବେ ଏବଂ ସଠିକ୍ ଭାବେ ସେଥିରେ ଶିକ୍ଷାପ୍ରାପ୍ତି ନିମନ୍ତେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲୋ

ୟୁନିସେଫ୍ ସହଯୋଗରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା କ୍ୟାରିଅର୍ ପୋର୍ଟାଲ ଶୁଭାରମ୍ଭ ହୋଇଛିା ଯଦ୍ଦ୍ୱାରା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ନିଜର ଭବିଷ୍ୟତ ବୃତ୍ତିଗୁଡ଼ିକ ସମ୍ବନ୍ଧରେ ଜାଣିବା ସହିତ ତତ୍ସମ୍ବନ୍ଧୀୟ ବିଶେଷଜ୍ଞ ପରାମର୍ଶ ମଧ୍ୟ ପାଇପାରିବୋ ନିଜର ଲଗ୍ଇନ୍ ଆଇଡି ଏବଂ ପାସ୍ଓ୍ୱାର୍ଡ ମାଧ୍ୟମରେ www.odishacareerportal.comକୁ ଲଗ୍ଇନ୍ କରି ସେମାନେ ଏହି ସହାୟତା ପାଇପାରିବୋ

ଏହି ପୋର୍ଟାଲ ଦ୍ୱାରା ଶିକ୍ଷାର୍ଥୀମାନେ ବିଭିନ୍ନ ବତ୍ତୃି ଏବଂ ଶିକ୍ଷାନୁଷ୍ଠାନ ସମ୍ବନ୍ଧ ରେ ଜାଣିବେ ଏବଂ ଶିକ୍ଷକମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା ମଧ୍ୟ କରିପାରିବୋ ଏହି ପୋର୍ଟାଲ୍କୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ମୋବାଇଲ୍ ଉପଯୋଗୀ ଆପକୁ  ପ୍ରୟୋଗ କରି ପ୍ରାୟ ୧୭ ଲକ୍ଷ ଶିକ୍ଷାର୍ଥୀ ଏଥିରୁ ଉପକୃତ ହୋଇପାରିବୋ

ଏହି ଓଡ଼ିଶା କ୍ୟାରିଅର୍ ଗାଇଡାନ୍ସ ପୋର୍ଟାଲ୍ଟି ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇଅଛିା ଏହି ଅନନ୍ୟ ପୋର୍ଟାଲଟି  ବିଭିନ୍ନ ବୃତ୍ତି ଓ ସେଗୁଡ଼ିକ ସହ ଜଡ଼ିତ ଥିବା ମହାବିଦ୍ୟାଳୟ, ଧନ୍ଦାମୂଳକ ଅନୁଷ୍ଠାନ ଏବଂ ସେଥିପାଇଁ ରହିଥିବା ପ୍ରବେଶିକା ପରୀକ୍ଷା ତଥା ବୃତ୍ତିଗୁଡ଼ିକ ସମ୍ବନ୍ଧରେ ସଂପୂର୍ଣ୍ଣ ଭାବେ ସୂଚନା ପ୍ରଦାନ କରିଥାଏା ଏହି ପୋର୍ଟାଲ୍ରେ ୫୫୦ରୁ ଉର୍ଧ୍ଵ ବୃତ୍ତି ବା ଧନ୍ଦା ସମ୍ବନ୍ଧୀୟ ସଂପୂର୍ଣ୍ଣ ତଥ୍ୟ ରହିଛି ଏବଂ ଏହାର ଉପଯୋଗ କରି ଶିକ୍ଷାର୍ଥୀମାନେ ୨,୬୨,୨୦୦ରୁ ଊ–ର୍ ମହାବିଦ୍ୟାଳୟ ଏବଂ ଧନ୍ଦାମୂଳକ ଅନୁଷ୍ଠାନ ବିଷୟରେ ଜାଣିବା ସହିତ ରାଜ୍ୟ ଏବଂ ଦେଶରେ ଥିବା ୧୭୦୦ରୁ ଉର୍ଧ୍ଵ ନିମ୍ନସ୍ନାତକ ଏବଂ ସ୍ନାତକୋତ୍ତର ମହାବିଦ୍ୟାଳୟ ଏବଂ ଧନ୍ଦାମୂଳକ ଅନୁଷ୍ଠାନ ବିଷୟରେ ସବିଶେଷ ତଥ୍ୟ ପାଇପାରିବୋ ଏତଦ୍ବ୍ୟତୀତ ଏଥିପାଇଁ ଥିବା ୧୧୫୦ଟି ପ୍ରବେଶିକା ପରୀକ୍ଷା ଏବଂ ସେମାନଙ୍କର ଆବେଦନ ପ୍ରଣାଳୀ ବିଷୟରେ ମଧ୍ୟ ଜାଣିପାରିବୋ

ପ୍ରଦତ୍ତ ଧନ୍ଦାଗୁଡ଼ିକ ସଂଲଗ୍ନ ୧୧୨୦ଟି ଛାତ୍ରବୃତ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ଭାରତ ତଥା ଭାରତ  ବାହାରେ ଉଚ୍ଚଶିକ୍ଷା ନିମନ୍ତେ ଥିବା ଫେଲୋସିପ୍ ଗୁଡିକ  ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ପ୍ରାପ୍ତ ହୋଇପାରିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଛନ୍ତି ଯେ ରାଜ୍ୟର ସମସ୍ତ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ଯେପରି ନିଜ ପାଇଁ ଉପଯୁକ୍ତ ବୃତ୍ତିର ଚୟନ କରିପାରବେ, ସେଥିପାଇଁ ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ର ଆକାଂକ୍ଷା ରହିଛିା କିଶୋର ଶିକ୍ଷାର୍ଥୀମାନେ ଯେପରି ନିଜ ପାଇଁ ଉପଯୁକ୍ତ ବୃତ୍ତିଗତ ପନ୍ଥାର ଚୟନ ପାଇଁ ସମର୍ଥ ହୋଇପାରିବେ ତଥା ତାଙ୍କର ଆକାଂକ୍ଷାନୁଯାୟୀ ଏକ ବୃତ୍ତି ବା ଧନ୍ଦାକୁ ଆପଣେଇବା ପାଇଁ ଏକ ସୁଦୃଢ଼ ଭିତ୍ତି ସ୍ଥାପନ ନିମନ୍ତେ ସକ୍ଷମ ହୋଇପାରିବା ସହିତ କର୍ମ ସୁଯୋଗ ମଧ୍ୟ ପାଇପାରିବୋ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ବୃତ୍ତି ସହାୟକ, ଯେଉଁମାନେ ବିଭିନ୍ନ ବତ୍ତୃିଗତ ଓ ଧନ୍ଦାମୂଳକ ଅନୁଷ୍ଠାନ ସହିତ ଜଡ଼ିତ ଅଛନ୍ତି, ସେମାନଙ୍କ ସହ ସିଧାସଳଖ ବାର୍ତ୍ତାଳୟ କରି ବିଭିନ୍ନ ବୃତ୍ତିଗତ ସାମର୍ଥ୍ୟ ତଥା ତତ୍ସମ୍ବନ୍ଧୀୟ ସୁଯୋଗଗୁଡ଼ିକ ବିଷୟରେ ଜାଣିବା ନିମନ୍ତେ ମଧ୍ୟ ଏହି ପୋର୍ଟାଲ୍ ଶିକ୍ଷାର୍ଥୀମାନଙ୍କୁ ସହାୟତା ଦେଇପାରିବା

ଅତିଥିମାନଙ୍କୁ ସ୍ୱାଗତ  କରିବାବେଳେ ଶ୍ରୀ ଭୂପିନ୍ଦର ସିଂ ପୁନିଆ ଆଲୋକପାତ କରିଥିଲେ ଯେ ଆଗାମୀ ବର୍ଷରେ ଓଡ଼ିଶାର ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଜୀବନରେ ବ୍ୟାପକ ସକାରାତ୍ମକ ପ୍ରଭାବ ପକାଇବା ସହିତ ବିଶ୍ୱବ୍ୟାପୀ ଆହ୍ୱାନର ସମ୍ମୁଖୀନ ହେବା ପାଇଁ କିଶୋରକିଶୋରୀ ଛାତ୍ରମାନଙ୍କ ବିକାଶର ଆବଶ୍ୟକତା ଏବଂ ବୃତ୍ତିଗତ ଚିନ୍ତାଧାରାକୁ ସମାଧାନ କରିବା ୟୁନିସେଫ୍ କ୍ଷେତ୍ରୀୟ, କାର୍ଯ୍ୟାଳୟର ମୁଖ୍ୟ ଡ. ମୋନିକା ନେଲ୍ସନ୍ କହିଛନ୍ତି ଯେ ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍, ରାଜ୍ୟର ମାଧ୍ୟମିକ ସ୍ତରର କିଶୋର ଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟରୁ ବାହାରି କର୍ମଜଗତରେ ପ୍ରବେଶ କରିବା ପାଇଁ ଉଚ୍ଚତର ଅଧ୍ୟୟନ କରିବା ନିମନ୍ତେ ଏକ ଉଲ୍ଲେଖନୀୟ ମାଧ୍ୟମ ରୂପେ କାର୍ଯ୍ୟ କରିବା ଏଥି ନିମନ୍ତେ ଆବଶ୍ୟକୀୟ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରିବା ନିମନ୍ତେ ୟୁନିସେଫ୍ ସଂକଳ୍ପବଦ୍ଧ ଅଟୋ

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାମ ଆୟାର, ଶ୍ରୀମତୀ ଲଳିତା ପଟ୍ଟନାୟକ, ଶିକ୍ଷା ବିଶେଷଜ୍ଞ,ୟୁନିସେଫ୍, ଓଡ଼ିଶା, ଶ୍ରୀମତୀ ଆରତୀ ରାଉତ, ଯୁଗ୍ମ ନିର୍ଦ୍ଦେଶକ, ଓସେପା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲୋ 

 

0
0
0
s2sdefault