-
ପ୍ରଥମେ ସେବାୟତ, ତାପରେ ପୁରୀ ସହରବାସୀ
-
ଜାନୁଆରୀ ୩ରୁ ଦର୍ଶନ ସୁଯୋଗ ପାଇବେ ପୁରୀ ବାହାରର ଶ୍ରଦ୍ଧାଳୁ
ପୁରୀ (ସ୍ୱତନ୍ତ୍ର ପ୍ରତିନିଧି ) ନୀତି ପ୍ରତିଦିନ ଯାହାକୁ ଗହଳଚହଳ ଲୋଡ଼ା, ଭକ୍ତମାନଙ୍କ ସହ ଆଖିରେ ଆଖି ନ ମିଳେଇଲେ ଯାହାର ମନ ଅଥୟ ହୋଇ ଉଠେ, ସେ ବା ଆଉ କେତେଦିନ ତା ଭକ୍ତଙ୍କ ପ୍ରତ୍ୟକ୍ଷ ଭେଟାରୁ ବା ଦୁରେଇ ରହିଥାନ୍ତେ | ଏପଟେ ଭକତ ଶ୍ରଦ୍ଧାଳୁ ବି ଆତୁର ଦର୍ଶନ ପାଇଁ | ମାରାତ୍ମକ କାରୋନା ଠାରୁ ସୁରକ୍ଷିତ ରଖିବା ପାଇଁ ଏତେ ଦିନ ନିଜ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦୁରେଇ ରଖିବା ପରେ ଶେଷରେ ଖୋଲି ଦେଲେ ସେ ସିଂହ ଦୁଆର | ଆଜିଠୁ ଖୋଲିଲା ଫାଟକ, ଦର୍ଶନ ଦେଲେ କାଳିଆ ସାଆନ୍ତ | ଏଥର ଧୀରେ ଧୀରେ ସ୍ୱାଭାବିକ ଜେବ ଶ୍ରମନ୍ଦିର, ପୁଣି ଲାଗିବ ଗହଳଚହଳ ଭକତଙ୍କ ଭିଡ |
କାରୋନା ଭୟରେ କଟିଗଲା ୯ ମାସ | ଶେଷରେ ବ୍ୟାକୁଳିତ ନୟନ ଭକ୍ତର ପାଇଲା ମହାପ୍ରଭୁଙ୍କୁ ଦର୍ଶନ । ଅବଶ୍ୟ ଆଉ କିଛି ଦିନର ବ୍ୟବଧାନ ସାହାଣମେଲା ପାଇଁ | ଶ୍ରୀମନ୍ଦିର ପ୍ରଶାସନର ଧାର୍ଯ୍ୟ ନିଷ୍ପତ୍ତି ଅନୁଯାୟୀ ଭୋର୍ ୪.୪୦ ରେ ସିଂହଦ୍ୱାର ଫିଟିଥିଲା | ଆଜିଠାରୁ ତିନିଦିନ କେବଳ ସେବାୟତ ପରିବାରଙ୍କୁ ଦର୍ଶନର ସୁଯୋଗ ମିଳିବ । ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ପାର୍ଯ୍ୟାୟକ୍ରମେ ପୁରୀ ସହରବାସୀ ଦର୍ଶନ ପାଇବେ | ନୁଆବର୍ଷର ପ୍ରଥମ ଦୁଇଦିନ ଖୋଲିବନି ଶ୍ରୀମନ୍ଦିର ଅସ୍ୱାଭାବିକ ଭିଡକୁ ଏଡ଼ାଇବା ପାଇଁ । ଜାନୁଆରୀ ୩ରୁ ପୁରୀ ବାହାରର ଭକ୍ତ ଦର୍ଶନ କରିବେ । ସେଥିପାଇଁ ନେଗେଟିଭ୍ କୋଭିଡ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ଦର୍ଶନ ବେଲେ କୋଭିଡି ପ୍ରଟୋକଲର ଯେପରି ଅନୁପାଳନ ହୁଏ ସେଥିପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ | ସାମାଜିକ ଦୂରତା ପାଳନ, ମାସ୍କ ଏବଂ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।