ହେଡଲାଇନସ୍:

ଛୋଟିଆ ଅନୁରୋଧ ଭିତରେ ସମ୍ମିଳିତ କୋଟିଏ ହୃଦୟର ଭାବନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
                                                                                                       file photo

ଭୁବନେଶ୍ୱର (ଶାସକ ପ୍ରଶାସକ) : କାହିଁ କେବେଠୁ ସେ ମାର୍ଗଦର୍ଶନକାରୀ ସାଇନେଜଟି ଅଛି | ଅନେକ ଓଡ଼ିଆଙ୍କ ନଜର ପଡ଼ିଥିବ ଯିବା ଆସିବା ବେଳେ | ବୋଧହୁଏ କାହା ନଜରକୁ ଆସିଥିଲେ ବି ଭାବନାକୁ ଆସିନଥିବ | ନଜରରେ ପଡିଥିଲେ  ବା ଭାବନାକୁ ଆସିଥିଲେ ବି ତା ସହିତ ଯୋଡି ହୋଇଥିବା ଗହନ ଭାବପ୍ରବଣତାର ପରିଧିକୁ ଛୁଇଁ ପାରିନଥିବ | କିନ୍ତୁ ବିଳମ୍ବରେ ହେଲେ ବି ମାର୍ଗଦର୍ଶନକାରୀ ସାଇନେଜଟି ଖଟକା ଲାଗିଛି କେନ୍ଦ୍ରୀୟ ଡେପୁଟେସନରେ ଯାଇ ନୁଆଦିଲୀରେ ଅବସ୍ଥାନ କରୁଥିବା ବରିଷ୍ଠ ଆଇଏଏସ ଅଫିସର ଡ଼. ଅରବିନ୍ଦ ପାଢୀଙ୍କ ଆଖିକୁ | ଯାହା ହେଲେବି ଶ୍ରୀ ଜଗନ୍ନାଥଙ୍କ କଥା, ଓଡ଼ିଆଙ୍କ ଅସ୍ମିତାର ଆଧାର ସେ | ସେଥିରେ ଊହ୍ୟ ରହିଯାଇଥିବା ଗୋଟିଏ ଅକ୍ଷର କଷ୍ଟ ଦେଇଛି ତାଙ୍କର ଜଗନ୍ନାଥପ୍ରେମୀ ମନକୁ | ଆଉ ଡ଼. ପାଢୀ ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି ଦିଲ୍ଲୀର ଉପରାଜ୍ୟପାଳ, ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ ଓ ମହାନଗରନିଗମଙ୍କର    | 

ଆମେ କହୁଛୁ ସେଇ ସାଇନେଜ କଥା , ନୂଆଦିଲ୍ଲୀର ଯାହାକି ରାଣୀ ଲକ୍ଷ୍ମୀବାଇ ନଗର ନିକଟରେ ରହିଛି | ସେଥିରେ ତିନୋଟି ମାର୍ଗ ପାଇଁ ଦିଗ ସୂଚିତ ହୋଇଛି | ଗୋଟେ ଡ଼ ଜି ହୋଶିଆର ସିଂ ମାର୍ଗ , ଆଉ ଗୋଟିଏ ଅରବିନ୍ଦ ମାର୍ଗ ଆଉ ଅନ୍ୟଟି ଜଗନ୍ନାଥ ମାର୍ଗ | ଜଗନ୍ନାଥ ମାର୍ଗ ଲେଖାରେ "ଶ୍ରୀ " ଲାଗିନଥିବା ଡ଼ ପାଢ଼ୀଙ୍କୁ କଷ୍ଟ ଦେଇଛି ନିଶ୍ଚୟ | ଆଉ ସେ ଜଗନ୍ନାଥ ବଦଳରେ "ଶ୍ରୀଜଗନ୍ନାଥ " ଲେଖିବା ପାଇଁ ଅନୁରୋଧ କରି ମାର୍ଗଟିର ନାମକରଣ "ଶ୍ରୀଜଗନ୍ନାଥ ମାର୍ଗ" କରିବା ପାଇଁ ଦିଲ୍ଲୀର ଉପରାଜ୍ୟପାଳ, ନୂଆଦିଲ୍ଲୀ ମହାନଗର ନିଗମ ଓ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଟୁଇଟ କରି ଅନୁରୋଧ କରିଛନ୍ତି | ଯଦି ଏହା ହୁଏ ତେବେ ସେ କୃତଜ୍ଞ ହେବେ ଓ ଜଗନ୍ନାଥଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ବୋଲି ତାଙ୍କ ଟୁଇଟରେ ଲେଖିଛନ୍ତି | 

ସେ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି "  Could the street be renamed as ‘Shree’ Jagannath Marg please? Just addition of a word! The signage is at Laxmi Bai Nagar roundabout. Shall be grateful for consideration. May Mahaprabhu bless! " 

ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ରହିଥିବା ତଥା ଶ୍ରୀଜଗନ୍ନାଥ ପ୍ରେମୀ ଡ଼ ପାଢ଼ୀଙ୍କ  ଅନୁରୋଧ ଆଖିକୁ ଛୋଟିଆ ଲାଗୁଥଲେ ବି ତାଙ୍କ ଏହି ଅନୁରୋଧ ଭିତରେ କୋଟି ଜଗନ୍ନାଥପ୍ରେମୀ ହୃଦୟର ଭାବନା ଯେ ସମ୍ମିଳିତ ତାହା ନିଃସନ୍ଦେହ |  ଏହି ଅନୁରୋଧ ବାସ୍ତବିକ ପ୍ରଶଂସନୀୟ ଓ ଯୁକ୍ତିଯୁକ୍ତ | 

 

0
0
0
s2sdefault