ମାଲକାନଗିରି(ବି ଶ୍ରୀନିବାସ ପାତ୍ର): ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଡିଭିଏଫ ଯବାନମାନେ କମ୍ବିଂ ଅପରେସନ କରିବା ସମୟରେ ବିପୁଳ ପରିମାଣରେ ମାଓ ସାମଗ୍ରୀ,ବିଦ୍ଯୁତ ତାର ସହ ବିସ୍ଫୋରକ ଜବତ କରାଯାଇଥିବା ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ହୃଷିକେଶ ଡି ଖିଲାରୀ ପ୍ରକାଶ କରିଛନ୍ତି ।
ପ୍ରାପ୍ତ ସୂଚନା ଅନୁସାରେ ଗତ କାଲି ମାଲକାନଗିରି ମାଓଗଡ ଭାବେ ପରିଚିତ ସ୍ବାଭିମାନ ଅଞ୍ଚଳରେ ଡିଭିଏଫ ଯବାନମାନେ କମ୍ବିଂ ଅପରସେନ କରୁଥିବା ସମୟରେ ଆନ୍ଧ୍ର-ଓଡିଶା ସୀମାନ୍ତ ଜଙ୍ଗଲରେ ବିପୁଳ ପରିମାଣର ମାଓ ସାମଗ୍ରୀ,ବିଦ୍ଯୁତ ତାର ଏବଂ ବିସ୍ଫୋରକ ପାଇଥିଲେ । ସେଗୁଡିକ ହେଲା ୫୦ ଟି ଇଲେକ୍ଟ୍ରିକ୍ ଡିଟୋନେଟର,୨୦ କେଜି କୋଡେସ୍କ ତାର,୨ଟି ଆଇଡି,୫୦ ମିଟର ବିଦ୍ଯୁତ ତାର,ଆଲୁମିନିୟମ ସୁପର ପ୍ଲେନ୍ ଡେଟୋନେଟର୍ ୭୦ ଟି ମାଓ ପୋଷାକ ଏବଂ ମାଓ ପୁସ୍ତିକା ଜବତ କରାଯାଇଛି । ଏହି ବିସ୍ଫୋରକ ସାମଗ୍ରୀ ଗୁଡିକ ପରବର୍ତ୍ତୀ ସମୟରେ ନିରିହ ଜନତା ଏବଂ ପୋଲିସ ଯବାନଙ୍କ ବିରୁଦ୍ଧ ପ୍ରୟୋଗ କରାଯାଇଥାନ୍ତା ବୋଲି ମାଲକାନଗିରି ଏସପି ଡି ଖିଲାରୀ ପ୍ରକାଶ କରଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ପ୍ରହ୍ଲାଦ ସାଇ ମୀନା, ଏଏସପି ଜି. ଅଭିଳାଷ ଉପସ୍ଥିତ ଥିଲେ ।