କୁଚିଣ୍ଡା- (ଉପଖଣ୍ଡ ପ୍ରତିନିଧି ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ଼ ଗ୍ରାମ ଅଙ୍ଗନବାଡି କେନ୍ଦ୍ର-୧ ନଳକୂପରୁ ବାହାରୁଛି ଗୋଳିଆ ପାଣି l ଅଙ୍ଗନବାଡି କର୍ମୀଙ୍କ କହିବା ଅନୁଯାୟୀ କରୋନା ମହାମାରୀ ପାଇଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିବା ବେଳେ କେନ୍ଦ୍ରକୁ ନିୟମିତ ଭାବେ ଅଙ୍ଗନବାଡି କର୍ମୀ, ଆଶା ଦିଦି ଓ ମା ମାନେ ଆସିଥାନ୍ତି l ନଳକୂପରୁ ଗୋଳିଆ ପାଣି ବାହାରୁଥିବାରୁ ପାଣି ପିଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଆଗକୁ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଅଛି l ମାତ୍ର ନଳକୂପରୁ ଗୋଳିଆ ପାଣି ଓ ପାଖରେ ଥିବା ଖତ ଗାଢ଼ା ଥିବାରୁ ଛୋଟ ଛୋଟ ପିଲାଙ୍କ ପାଇଁ ପାଣି ପିଇବା ଉପଯୋଗୀ ନୁହେଁ ବୋଲି ଗ୍ରାମର ଆଶା କର୍ମୀ, ଅଙ୍ଗନବାଡି କର୍ମୀ,ମା ମାନେ କହିଛନ୍ତି l ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଅଙ୍ଗନବାଡି କର୍ମୀ ଅନୁରୋଧ କରିଛନ୍ତି l
ରାଜ୍ୟ
ଅଙ୍ଗନବାଡି ନଳକୂପରୁ ବାହାରୁଛି ଗୋଳିଆ ପାଣି
- Hits: 435