ହେଡଲାଇନସ୍:

ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧ ନିୟନ୍ତ୍ରଣରେ ସରକାର ବିଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 21 ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କକାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରିବ କଂଗ୍ରେସ। 

ଝାରସୁଗୁଡ଼ା :(ସୁଭାଷ ସହାରେ) - ରାଜ୍ୟରେ ବଢ଼ି ଚାଲିଛି ଅପରାଧ। ସମସ୍ତ ପ୍ରକାରର ଅପରାଧ ଉପରେ ସରକାର ନୀରବତା ଅବଲମ୍ବନ କରୁଛନ୍ତି,ନିଷ୍କ୍ରିୟ ହୋଇ ପଡ଼ିଛନ୍ତି। ଅପରାଧୀମାନେ ସରକାରଙ୍କ ନିୟନ୍ତ୍ରଣ ବାହାରେ। ଏହିପରି ଅଭିଯୋଗମାନ ଆଣି ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶରେ ଝାରସୁଗୁଡ଼ା କଂଗ୍ରେସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ୨୧ ଡିସେମ୍ବରରେ ସକାଳ ୧୦.୦୦ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ପ୍ରଦର୍ଶନ କରିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭରତ ଅୱସ୍ତି ସୂଚନା ଦେଇଛନ୍ତି। 

କଂଗ୍ରେସ ଦଳର ଅଭିଯୋଗ ଅନୁଯାୟୀ ବର୍ତମାନ ସମୟରେ ରାଜ୍ୟରେ  ଚାଲିଥିବା, ନାରୀ ନିର୍ଯାତନା, ଯୌନନିର୍ଯାତନା, ନାବାଳିକାଙ୍କୁ  ବଳାତ୍କାର, ଗଣଦୁଷ୍କର୍ମ, ଚୋରି, ଡକାୟତି,ହତ୍ୟା ବଢ଼ି ବଢ଼ି ଚାଲିଛି। ମାତ୍ର ସରକାର ଏସବୁ ଉପରେ ଯେପରି ସକ୍ରିୟ ହେବା କଥା, ସେହିପରି ସକ୍ରିୟ ପଦକ୍ଷେପ ନେଉ ନାହାଁନ୍ତି। ତେଣୁ କଂଗ୍ରେସ ଦଳ ଏହାର ବିରୋଧ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପ୍ରତିବାଦ ସଭା କରିବ। ଏଣୁ ଜିଲ୍ଲାର ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ତଥା କଂଗ୍ରେସ ଦଳର ସମସ୍ତ ମହିଳା ଓ ପୁରୁଷ , ସମସ୍ତ କଂଗ୍ରେସ କର୍ମୀଙ୍କୁ ପ୍ରତିବାଦ ସଭାରେ ଦିନ ୧୦.୦୦ ଘଣ୍ଟା ସମୟରେ ଉପସ୍ଥିତ ରହି ଏହି ପ୍ରତିବାଦ ସଭାକୁ ସଫଳ କରିବାକୁ ଶ୍ରୀ ଅୱସ୍ତି ଅନୁରୋଧ କରିଛନ୍ତି I

0
0
0
s2sdefault