ହେଡଲାଇନସ୍:

ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଓ "ଦୁଲଦୁଲି" ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଝାଡ଼େଶ୍ବର ମନ୍ଦିର ଓ କନକ ଦୁର୍ଗା ମନ୍ଦିରରେ ହେବ ପୂଜାର୍ଚ୍ଚନା।

  • ମନମୋହନ ସ୍କୁଲ ପଡ଼ିଆରେ  ଅନୁଷ୍ଠିତ ହେବ ସଭା।

  • ରକ୍ତଦାନ ଶିବିର ଆୟୋଜନ କରାଯିବ।

  • ୨୦୨୦ ମହୋତ୍ସବର ଆୟ ବ୍ୟୟର ବିବରଣୀ ଉପସ୍ଥାପନ କରଗଲା।

ଝାରସୁଗୁଡ଼ା :(ସୁଭାଷ ସହାରେ)- ବହୁ ଆଶା ଓ ଆଶଙ୍କା ମଧ୍ୟରେ ଥିବା ଏ ବର୍ଷର "ଦୁଲଦୁଲି" ମହୋତ୍ସବ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ଆଜି ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ମହୋତ୍ସବ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଏମ୍ଏଫ ଅଡିଟୋରିୟମର ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଆସନ୍ତା ୧ ଜାନୁଆରୀରେ ଉଭୟ ପ୍ରତିଷ୍ଠା ଦିବସ ଓ ମହୋତ୍ସବ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ବର୍ଷ କୋରୋନା ପ୍ରଭାବ ଯୋଗୁଁ ଏହି କାର୍ଯ୍ୟକ୍ରମ କୋଭିଡ ନିୟମାବଳୀ ରକ୍ଷା କରି ପାଳନ କରାଯିବ ବୋଲି କମିଟି ସୂଚନା ଦେଇଛନ୍ତି। 

ସୂଚନା ଅନୁଯାୟୀ,  ପ୍ରଥମେ ଝାଡ଼େଶ୍ବର ମନ୍ଦିର ଓ କନକ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା ସହ ମନମୋହନ ସ୍କୁଲ ପଡ଼ିଆରେ ଏକ  ସଭା ଅନୁଷ୍ଠିତ ହେବ । ଏଥି ସହିତ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବା ସହ ପ୍ଲାଜମା ଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରାଯିବାକୁ ସ୍ଥିର କରାଯାଇଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ସ୍ମରଣିକା ପ୍ରକାଶନ ପାଇଁ ଆଲୋଚନା କରାଯାଇ ପୂର୍ବ ବର୍ଷ ପରି ସ୍ମରଣିକା କମିଟିକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ୨୦୨୦ ମହୋତ୍ସବ ସୂଚାରୁ ରୂପେ ସମ୍ପନ୍ନ ହୋଇଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏହା ସହିତ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଆଗାମୀ ପ୍ରତିଷ୍ଠା ଦିବସ ତଥା ମହୋତ୍ସବ ପାଳନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । 

ବୈଠକରେ ତାପସ ରାୟ ଚୌଧୁରୀ ୨୦୨୦ ମହୋତ୍ସବର ଆୟ  ବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ଗତ କାର୍ଯ୍ୟକ୍ରମ ପାଇଁ 40,09,240 ଟଙ୍କା ସଂଗ୍ରହ ହୋଇଥିବା ବେଳେ 28,62,271 ଟଙ୍କା ଖର୍ଚ୍ଚ ହୋଇଥିଲା। ମୂଖ୍ୟ ଆୟର ସ୍ରୋତ ଗୁଡ଼ିକ ମଧ୍ୟରେ ଷ୍ଟଲମାନଙ୍କ ପାଖରୁ 6,60,000 ଟଙ୍କା, ଡିଆଇସି ଷ୍ଟଲଠାରୁ 3,00,000 ଟଙ୍କା, ଏମଏସଏମଇ ଷ୍ଟଲଠାରୁ 36,000 ଟଙ୍କା,ଗ୍ରାଉଣ୍ଡ କଲେକ୍ସନ 1,48,000 ଟଙ୍କା ଆୟ ଆସିଥିଲା। ସେହିପରି ଏନଏଲସି ଇଣ୍ଡିଆ ଲିମିଟେଡ 3,00,000 ଟଙ୍କା, ବନହରପାଲିର ଓପିଜିସି 1,98,000 ଟଙ୍କା, ବେଦାନ୍ତ କମ୍ପାନୀ 3,00,000 ଟଙ୍କା, ଅଲଟ୍ରାଟେକ ପ୍ରାଇଭେଟ ଲିମିଟେଡ 1,00,000 ଟଙ୍କା, ଏସଏମସି ପ୍ରାଇଭେଟ ଲିମିଟେଡ 75,000 ଟଙ୍କା, ବ୍ରଜରାଜନଗର ଓ ଝାରସୁଗୁଡ଼ା ପୌର ପରିଷଦ ପ୍ରତ୍ୟେକ 50,000 ଟଙ୍କା, ଝାରସୁଗୁଡ଼ା ସିଏସଓ 50,000 ଟଙ୍କା, ଟିଆରଏଲ କ୍ରୋଶାକି ରିଫାଇନାରୀ ଲିମିଟେଡ 50,000 ଟଙ୍କା,ଝାରସୁଗୁଡ଼ା ପିଡବ୍ଲୁଡି 41,000 ଟଙ୍କା, ଝାରସୁଗୁଡ଼ା ଅବକାରୀ ବିଭାଗ 41,000 ଟଙ୍କା, ଏପାର ଇଣ୍ଡଷ୍ଟ୍ରିଜ 30,000 ଟଙ୍କା ସହଯୋଗ କରିଥିଲେ। ଫୁଡ କୁପନରୁ 45,600 ଟଙ୍କା, ଫୋର୍ଟିସ କେମିକାଲ 20,000 ଟଙ୍କା,ଇଣ୍ଡିଆନ ଅଏଲ କର୍ପୋରେସନ 25,000 ଟଙ୍କା, ବସ ମାଲିକ ସଂଘ 11,000 ଟଙ୍କା, ବିଗ ବଜାର 8,000 ଟଙ୍କା, ଭାରତ ଜେନେରାଲ ଷ୍ଟୋର 5,000 ଟଙ୍କା, ଓମ ଶାନ୍ତି, କଲ୍ୟାଣୀ ଟ୍ରାନ୍ସପୋର୍ଟ, ୟୁକୋ, ଆଇଡିବିଆଇ  ଓ ଏଚଡିଏଫସି ବ୍ୟାଙ୍କ ପ୍ରତ୍ୟେକ 10,000 ଟଙ୍କା ଲେଖାଏଁ ଦେଇଥିବା ବେଳେ ଜିଲ୍ଲା ସାଂସ୍କୃତିକ ଫଣ୍ଡରୁ 5,00,000 ଟଙ୍କା ମିଳିଥିଲା। ଝାରସୁଗୁଡ଼ା ପିଡି ଡିଆରଡିଏ ଏମସିଆଇ 

10,00, 000 ଟଙ୍କା ଓ ଅନ୍ୟାନ୍ୟ ସ୍ରୋତରୁ 15,640 ଟଙ୍କା ଆସିଥିଲା ବୋଲି ଶ୍ରୀ ଚୌଧୁରୀ ଜଣାଇଥିଲେ। 

ଆଜିର ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନୃପ ଚରଣ ଦଣ୍ଡସେନା , ଝାରସୁଗୁଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ , ୱେସ୍କୋ ନିର୍ବାହୀ ଯନ୍ତ୍ରୀ କଳ୍ପତରୁ ନନ୍ଦ , ବିଭିନ୍ନ ବିଭାଗୀୟ ଅଧିକାରୀ ଓ ମହୋତ୍ସବ କମିଟିର ସଭ୍ୟ ସଭ୍ୟା ଏହି ବୈଠକରେ ଉପସ୍ଥିତ ଥିଲେ ।  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault