ହେଡଲାଇନସ୍:

ଓପିଜିସିର ଅଂଶଧନ କିଣିଲା ଓଏଚପିସି। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଓଡ଼ିଶା ପାୱାର ଜେନେରେସନ କର୍ପୋରେସନର ୪୯ ପ୍ରତିଶତ ଅଂଶଧନ କିଣିଲା ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି)। ଏ ନେଇ ସୂଚନା ଦେଇଛନ୍ତି କମ୍ପିଟିସନ କମିଶନ ଅଫ ଇଣ୍ଡିଆ। ଏହାକୁ କମ୍ପିଟିସନ ଆକ୍ଟ ୨୦୦୨ର ସେକ୍ସନ ୩୧(୧) ଅନୁଯାୟୀ ଅନୁମୋଦନ ମିଳିଛି। 

ସୂଚନାଯୋଗ୍ୟ ଯେ ଓପିଜିସି ଏକ ଯୁଗ ଉଦ୍ୟୋଗ ଯେଉଁଥିରେ ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଓ ଆମେରିକାରେ ଏଇଏସ କମ୍ପାନୀର ୪୯ ପ୍ରତିଶତ ଅଂଶଧନ ରହିଛି। ରାଜ୍ୟରେ ତାପଜ ବିଦ୍ୟୁତ ଉତ୍ପାଦନ ଓ କ୍ଷୁଦ୍ର ଜଳ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓପିଜିସିରେ ଏଇଏସ କମ୍ପାନୀର ୧୦୦୦ କୋଟି ଟଙ୍କାର ଅଂଶଧନକୁ କିଣିଛି ଓଏଚପିସି। ଓପିଜିସି ବର୍ତ୍ତମାନ ରାଜ୍ୟରେ ୧୭୪୦ ମେଗାୱାଟ୍ ତାପଜ ବିଦ୍ୟୁତ୍ ଉତ୍ପାଦନ କରୁଛି।

0
0
0
s2sdefault