ଭଟଲି / (ସୁଧୀର ତ୍ରିପାଠୀ ):- ବରଗଡ଼ ଜିଲ୍ଲାର ଆମ୍ବଭନା ବ୍ଲକ କୁମ୍ଭୋ ଗ୍ରାମ ପଂଚାୟତର ପ୍ରଥମ ମହିଲାଭାବେ ଡ. ଶିଖାରାଣୀ ସାହୁ ଡକ୍ଟରେଟ ଉପାଧୀ ହାସଲ କରିଛନ୍ତି । ସେ ସାନସରାଇପାଲି ଗ୍ରାମର ନିବାସୀ ଅବିଭକ୍ତ କଣ୍ଡପଲା ଗ୍ରାମପଂଚାୟତର ପୂର୍ବତନ ସରପଂଚ, ପୂର୍ବତନ ସାଂସଦ ଶ୍ରୀ ପ୍ରଭାସ ସିଂ ଙ୍କର ପ୍ରତିନିଧି ଶ୍ରୀ ରସିକ କିଶୋର ସାହୁଙ୍କ ପୁତ୍ରବଧୁ ତଥା ଛତିସଗଡ ସରିଆ ସ୍ଥିତ ଦେବେନ୍ଦ୍ର ପ୍ରଧାନଙ୍କ ଏକମାତ୍ର ଝିଅ ଓ ଡ. ତପନ କୁମାର ସାହୁଙ୍କ ଧର୍ମପତ୍ନୀ ଅଟନ୍ତି।
ଛତିଶଗଡ଼ ଓ ଓଡିଶାର ସୀମାନ୍ତ ଅଂଚଳରେ ଜନ୍ମିତ ଶିଖାରାଣୀ ବହୁ ବାଧାବିଘ୍ନରେ ଗତି କରି ଲାଇଫ ସାଇନ୍ସରେ ସ୍ନାତକ ପାସ କରିବା ପରେ ଇଂରାଜୀ ଓ ଏଜୁକେସନ ସ୍ନାତକୋତ୍ତର ପାସ କରିଥିଲେ | ଏହା ସହିତ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର କରିବା ସହ ଏଜୁକେସନ ଏମଫିଲ କରିଥିଲେ | ଆନ୍ଧ୍ରପ୍ରଦେଶର ଦ୍ରାବିଡ଼ିଆନ ବିଶ୍ୱବିଦ୍ୟାଳୟ କୁପ୍ପାମରୁ ତାଙ୍କର ପିଏଚଡି ହାସଲ କରିଛନ୍ତି | ତାଙ୍କର ଏ ସଫଳତା ପାଇଁ ସବୁ ଆଡୁ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ । ଡ.ଶିଖରାଣୀଙ୍କୁ ବରଗଡ଼ ଜିଲ୍ଲା ଶାସକ ପ୍ରଶାସକ ପରିବାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ।