ଉଦଘାଟନ ହେଲା ହୀରାକୁଦ ଇକୋରିଟ୍ରିଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ଆଜି ଉଦଘାଟିତ ହୋଇଛି ହୀରାକୁଦରେ ଇକୋ ରିଟ୍ରେଟ ୨୦୨୦। ହୀରାକୁଦକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକମାନଙ୍କୁ ଆକୄଷ୍ଠ କରିବା ପାଇଁ ପ୍ରଥମଥର ପାଇଁ ଏହା ଆୟୋଜିତ ହେଉଛି । ଏହି ଇକୋ ରିଟ୍ରେଟ ଟି  ହୀରାକୁଦ ରେ ଆସନ୍ତା ପେବୄୟାରି ୨୮ ତାରିଖ ଯାଏ ଚାଲିବ ।

ସମ୍ବଲପୁର ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରେଟ । ଆଜି  ଦିନ ୧୧,୩୦ ସମୟରେ ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମୟି ମିଶ୍ର ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ଉପସ୍ଥିତ ରେ ଫିତା କାଟି ଉଦଘାଟନ କରିଥିଲେ । ଏହି କାଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର,ରେଡାଖୋଲ ବିଧାୟକ ରୋହିତ ପୁଜାରୀ ,କୁଚିଣ୍ଡା ବିଧାୟକ କିଶୋର ନାଏକ,ରେଙ୍ଗାଲୀ ବିଧାୟକ ନାଉରି ନାଏକ ,ଆରଡିସି ନିରଞ୍ଜନ ସାହୁଙ୍କ ସମେତ ଜିଲ୍ଲା ପ୍ରସାସନ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ପ୍ରାରମ୍ଭିକ କାଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ପ୍ରମୁଖ ଭର୍ଚୁଆଲ ବାର୍ତ୍ତା ଦେଇ ହୀରାକୁଦ ଇକୋ ରିଟ୍ରେଟ ର ସଫଳତା କାମନ କରିବା ସହ ହୀରାକୁଦ ଇକୋ ରିଟ୍ରେଟ ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟକ ମାନଙ୍କୁ ଆକୄଷ୍ଠ କରିବାରେ ବଡ ଭୁମିକା ରହିବ ବୋଲି କହିଥିଲେ ।

ହୀରାକୁଦ ଇକୋ ରିଟ୍ରେଟ ରେ ପର୍ଯ୍ୟଟକ ମାନଙ୍କ ରହିବା ପାଇଁ  ୨୦ ପ୍ରିମିୟମ ଓ ୫ ଟି ରୟାଲ କଟେଜ  ର ବ୍ୟବସ୍ଥା ରହିଛି ।ଅନ୍ୟପଟେ  ପର୍ଯ୍ୟଟନ ମାନଙ୍କ ପାଇଁ ଜଳଭଣ୍ତାର ରେ ଜଳକ୍ରିଡା ପାଇ ବିଭିନ୍ନ ବୋଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ସମେତ ପର୍ଯ୍ୟଟନ ମାନେ ଡେବ୍ରିଗଡ ଅଭୟାରଣ୍ୟ, ହୀରାକୁଦ ରୋଫ ୱେ ,ହୁମା ବକ୍ରମନ୍ଦିର, ଘଣ୍ଟେଶ୍ୱରୀ ମନ୍ଦିର କୁ ବୁଲି ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି  ।  ଆଜିଠାରୁ   ଆରମ୍ଭ ହୋଇ ଫେବୃଆରୀ ୨୮ ପର୍ଯ୍ୟନ୍ତ ହୀରାକୁଦ ଇକୋ ରିଟ୍ରେଟ ଚାଲିବ ବୋଲି ସୁଚନା ମିଲିଛି । ଏଠାକୁ ଆସୁଥିବା  ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବିଶେଷ ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରାଯାଇଥିବା  ଜଣାପଡିଛି ।

            

0
0
0
s2sdefault