ବରଗଡ :- ଆଜି ବରଗଡ଼ ଜିଲ୍ଲାର ସହିଦପୀଠ ଭାବରେ ପରିଚିତ ଘେଁସ ଗ୍ରାମରେ ଥିବା କଲେଜ ପରିସରରେ ରାଜ୍ୟ ସରକାରଙ୍କର ଶ୍ରମ ଓ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ନୂତନ କ୍ୟାଣ୍ଟିନ ଗୃହ , ଅଫିସ ଗୃହ ଏବଂ ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ/କୋଶଲି ଭାଷା ଗବେଷଣା କେନ୍ଦ୍ର ପାଇଁ ଭୂମି ପୂଜନ ପଦ୍ମଶ୍ରୀ ହଳଧର ନାଗଙ୍କ ସହିତ ମିଳିତ ଭାବରେ ସମ୍ପନ୍ନ କରିଛନ୍ତି । ଏହି ଅବସରରେ କଲେଜର ଅଧ୍ୟକ୍ଷ ତରଣୀ ସେନ ବେହେରା, ବ୍ଲକ ଅଧ୍ୟକ୍ଷ ଜୀବର୍ଧନ ବରିହା,ବିଡିଓ ବିଶ୍ୱ ରଂଜନ କର,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଧାନ,ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ପଟେଲ,ସତ୍ୟ ନାରାୟଣ ପଧାନ,କଲେଜର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ,କବି,ନାଟ୍ୟକାର, ଲେଖକ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
କଲେଜ ପରିସରରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପରେ ମନ୍ତ୍ରୀ ଘେସଁ ଠାରେ ସର୍ବସାଧାରଣଙ୍କର ବ୍ୟବହାର ନିମନ୍ତେ ନବନିର୍ମିତ କଲ୍ୟାଣ ମଣ୍ଡପର ଶୁଭ ଉଦ୍ଘାଟନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଆଜି ମନ୍ତ୍ରୀ ଘେସଁ ପହଂଚିବା ପରେ ଗ୍ରାମବାସୀ ମାନଙ୍କର ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।








