ହେଡଲାଇନସ୍:

ଅବ୍ୟବସ୍ଥାରେ ବେଲପାହାଡ଼ ସରକାରୀ ଚିକିତ୍ସାଳୟ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ଓ ନିୟମିତ ଡାକ୍ତର ନିଯୁକ୍ତି ପାଇଁ ଦାବି କଲା ଟାଉନ କଂଗ୍ରେସ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ରେ ଅବ୍ୟବସ୍ଥା ମଧ୍ୟରେ ରହିଛି ଚିକିତ୍ସା ସେବା। ପୌର ପରିଷଦ ଅଧିନରେ ଥିବା ଏହି ଡାକ୍ତରଖାନାରେ ଆଧୁନିକ ଚିକିତ୍ସା ସେବା ତ ଦୂରର କଥା, ନିୟମିତ ଡାକ୍ତର ମଧ୍ୟ ନାହାଁନ୍ତି। ଏ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଡାକ୍ତରଖାନାର ଉନ୍ନତିକରଣ ଓ ନିୟମିତ ଡାକ୍ତର ତଥା ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଦାବିରେ ବେଲପାହାଡ଼ ଟାଉନ କଂଗ୍ରେସ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଜଣାଇଛି। 

ସୂଚନା ଅନୁସାରେ, ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ସରକାରୀ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ସଂପୂର୍ଣ୍ଣ ଭାବରେ ଭୁଷୁଡ଼ି ପଡ଼ିଥିବା ଅଭିଯୋଗ ଆଣିଛି ଟାଉନ କଂଗ୍ରେସ। ସମଗ୍ର ବେଲପାହାଡ଼ ପୌରାଞ୍ଚଳ ଓ ନିକଟବର୍ତ୍ତୀ ଲଖନପୁର ବ୍ଲକର ଅନେକ ଗ୍ରାମ ଏହି ଚିକିତ୍ସାଳୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବା ବେଳେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଉଚିତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି। ବିଗତ ପୌର ନିର୍ବାଚନ ସମୟରେ ରାଜ୍ୟ ସରକାରଙ୍କ ଅନେକ ପ୍ରତିନିଧି ଏଠାକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ନିମନ୍ତେ ଅନେକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏପରିକି ୨୦୧୯ ସାଧାରଣ ନିର୍ବାଚନ ସମୟରେ ସ୍ବୟଂ ମୂଖ୍ୟମନ୍ତ୍ରୀ ଉକ୍ତ ଡାକ୍ତରଖାନାକୁ ୫୦ ଶଯ୍ୟା ବିଶିଷ୍ଟ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହା ପାଣିର ଗାର ଭଳି ଉଭେଇ ଯାଇଛି। 

ଏଣୁ, ଟାଉନ କଂଗ୍ରେସ ନିୟମିତ ଡାକ୍ତର, କମ୍ପାଉଣ୍ଡର ଓ ଷ୍ଟାଫ ନର୍ସ ନିଯୁକ୍ତି, ଡାକ୍ତରଖାନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଓ ଷ୍ଟାଫ କ୍ବାର୍ଟରର ଉନ୍ନତିକରଣ ଦାବୀ କରି ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି। ଆଗାମୀ ୧୫ ଦିନ ମଧ୍ୟରେ ଏହା ଉପରେ କୌଣସି ପଦକ୍ଷେପ ନିଆ ନଗଲେ ଟାଉନ କଂଗ୍ରେସ ତରଫରୁ ଆନ୍ଦୋଳନ କରାଯିବାକୁ ମଧ୍ୟ ଚେତାବନୀ ଦିଆଯାଇଛି।

0
0
0
s2sdefault