ସରକାରୀ କାର୍ଯ୍ୟାଳୟଗୁଡିକ ଛୁଟି ଘୋଷଣା କଲେ ସରକାର
ବିଜେଡି କହିଲା " ଆମେ ସବୁବେଳେ ଚାଷୀଙ୍କ ସ୍ୱାର୍ଥ ପାଇଁ ଛିଡା ହୋଇଛୁ"
ଭୁବନେଶ୍ୱର: ରାଜ୍ୟ ସରକାର ସିଧା ସଳଖ ନହେଲେ ବି ପରୋକ୍ଷରେ ଚାଷୀଙ୍କ ସ୍ୱାର୍ଥ ଲାଗି ଡିସେମ୍ବର ୮ ତାରିଖରେ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଦେଇଛନ୍ତି | ଅର୍ଥାତ ଆସନ୍ତାକାଲି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ଘୋଷଣା ଚାଷୀଙ୍କ ଆନ୍ଦୋଳନ ପ୍ରତି ଯୋଗାଇଦେଇଛି ପରୋକ୍ଷ ନୈତିକ ସମର୍ଥନ । ସରକାର ବନ୍ଦ ପରିପ୍ରେକ୍ଷୀରେ କାର୍ଯ୍ୟାଳୟ ବନ୍ଦ ଘୋଷଣା କରି କୃଷକଙ୍କ ସାଥ ଦେଇଛନ୍ତି | ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିକୁ ବିଜେଡି ସଂସଦରେ ସମର୍ଥନ କରିନଥିଲା |
ସରକାରଙ୍କ ପକ୍ଷରୁ ପ୍ରେସ ରିଲିଜରେ କୁହା ଯାଇଛି ଯେ, " ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛିା କରୋନା ମହାମାରୀର ପ୍ରକୋପ ସଂପୂର୍ଣ୍ଣ ଭାବରେ ପ୍ରଶମିତ ହୋଇନଥିବା ଓ ସାଧାରଣ ପରିବହନ ବ୍ୟବସ୍ଥା ସ୍ୱାଭାବିକ ଅବସ୍ଥାକୁ ଫେରିନଥିବେଳେ ଭାରତ ବନ୍ଦ ଡାକରା ଯୋଗୁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛିା ଏହା କରୋନା ସଂକ୍ରମଣ ରୋକିବାର ପ୍ରଚେଷ୍ଟା ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛିା ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ ରଖିବା ନିମନ୍ତେ ସରକାରଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇଛିା କିନ୍ତୁ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବା"
ଅପରପକ୍ଷରେ ଆଜି ମଧ୍ୟ ବିଜେଡି ତରଫରୁ ବନ୍ଦ ଅବ୍ୟବହିତ ପୂର୍ବରୁ ଜାରି ବିବୃତିରେ ଦଳର ଦଳର ଜାତୀୟ ମୁଖପାତ୍ର ଡ଼ ସସ୍ମିତ ପାତ୍ର କହିଛନ୍ତି ଯେ “ବିଜୁ ଜନତା ଦଳ ସର୍ବଦା ସର୍ବନିମ୍ନ ସହାୟତା ମୂଲ୍ୟ ଦ୍ୱିଗୁଣିତ କରିବାକୁ ଦାବି କରିଆସୁଛନ୍ତି; ଏବଂ ଆମର କୃଷକଙ୍କ ସୁବିଧା ପାଇଁ ଆମେ ଏହି ଦାବି ଜାରି ରଖିବୁ | ବିଜେଡି ସବୁବେଳେ ଚାଷୀଙ୍କ ସ୍ୱାର୍ଥ ପାଇଁ ଛିଡା ହୋଇଛି। ”
ଡ଼ ପାତ୍ର ଆହୁରି କହିଛନ୍ତି ଯେ “କୃଷକଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ଏବଂ ସେମାନଙ୍କ ଆଶଙ୍କା ଦୂର କରିବା ଜରୁରୀ ଅଟେ। ବିଜେଡି ଆଶା କରୁଛି ଯେ ଚାଷୀ ମାନଙ୍କ ପକ୍ଷରୁ ଉଠାଯାଉଥିବା ପ୍ରସଙ୍ଗ ଆନ୍ତରିକ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହୋଇପାରିବ | ଆମେ କେନ୍ଦ୍ର ସରକାର ଏବଂ କୃଷକ ଗୋଷ୍ଠୀ ମଧ୍ୟରେ ଡିସେମ୍ବର ୯ରେ ଆଲୋଚନାକୁ ଅପେକ୍ଷା କରିଛୁ। ”