ହେଡଲାଇନସ୍:

କେବେ ମିଳିବ ପ୍ରଧାନମନ୍ତ୍ରୀ ଆବାସ, ପୂରିବ ସୁବାସିନୀଙ୍କ ଆଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ): କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦେଶ ରେ ପ୍ରତ୍ୟେକ ହିତାଧିକାରୀ ଙ୍କୁ ପକ୍କା ଘର ଯୋଗାଇ ଦେବା କୁ ଘୋଷଣା କରି ଥିବା ବେଳେ ପ୍ରଶାସନ ର ଦୁର୍ବଳତା ହେତୁ ଅନେକ ହତାଧିକାରୀ ଠିକ୍ ସମୟରେ ଘର ପାଇ ପାରୁ ନାହାନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ବିଧବା ମହିଳା ସୁବାସିନୀ ଜାଲଙ୍କୁ  କେବେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ । ସେ ବହୁ ବର୍ଷରୁ ସ୍ୱାମୀଙ୍କୁ ହରାଇ ଭଙ୍ଗା ଦଦରା ଛପର ଘରେ ରହି ଦିନ କାଟୁଛନ୍ତି । ତାଙ୍କର ଘର ଟି ପଞ୍ଚାୟତ ଅଫିସ ସାମ୍ନା ରେ ଅଛି , କିନ୍ତୁ ପଞ୍ଚାୟତ ପ୍ରଶାସନ ର ଦୃଷ୍ଟି ପଡୁ ନାହିଁ ବିଧବା ମହିଳା ସୁବାସିନୀ ଜାଲ ଙ୍କ ବର୍ତ୍ତମାନ ଅବସ୍ଥା ଉପରେ । ୨୦୧୧ ଅର୍ଥନୈତିକ ଜନଗଣନା ଅନୁସାରେ ଏ. ସି. ସି. ତାଲିକା ଲିଷ୍ଟ ରେ ତାଙ୍କର ନାମ ଅଛି । ପଞ୍ଚାୟତ ପ୍ରଶାସନ କୁ ବାରମ୍ବାର ଗୁହାରି କରିବା ସତ୍ୱେ ପଞ୍ଚାୟତ ପ୍ରଶାସନ ଶୁଣିକି ନ ଶୁଣିଲା ପରି ହେଉଛନ୍ତି । ବିଧବା ମହିଳା ସୁବାସିନୀ ଜାଲ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜନସାଧାରଣ ରେ ଦାବି ହେଉଛି । ପଦ୍ମପୁର ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।

0
0
0
s2sdefault