ନୂଆଦିଲ୍ଲୀ : ଏମଡ଼ିଏଚ ମସଲାର ପ୍ରତିଷ୍ଠାତା ତଥା ଭାରତର ଘରେ ଘରେ ପରିଚିତ ଚେହେରା ମହାଶୟ ଧର୍ମପାଲ ଗୁଲାଟିଙ୍କର ଦେହାନ୍ତ ଯୋଇଯାଇଛି | ଗୁରୁବାର ସକାଳେ 98 ବର୍ଷ ବୟସରେ ଏମଡ଼ିଏଚ ମସାଲାର ମାଲିକ ଶ୍ରୀ ଗୁଲାଟିଙ୍କର ଦେହାନ୍ତ ହୋଇଥିବା ଖବର ହସ୍ତଗତ ହୋଇଛି | ଖବର ଅନୁଯାୟୀ ଗୁଲାଟି ଗତ ତିନି ସପ୍ତାହ ଧରି ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗୁରୁବାର ସକାଳେ ସେ ହୃଦ୍ଘାତରେ ସକାଳ 5.30 ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।