ଯାଜପୁରରେ ଆମଗାଁ ଆମବିକାଶ :  ୧୯୦ଟି ପ୍ରକଳ୍ପକୁ ମଞ୍ଜୁରି ଦେଲେ ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

24-05-18-jaj-mo-gan.jpg - 91.76 kB

ଯାଜପୁର(ଜୟଶଙ୍କର ଦାଶ)  : ଗ୍ରାମର ବିକାଶ ହେଲେ ସାଧାରଣ ଜନତାଙ୍କ ବିକାଶ ହେବ । ଗାଁର ଲୋକମାନଙ୍କର ମୈାଳିକ ଆବଶ୍ୟକତା  ଅଗ୍ରାଧିକାର ଭିତିରେ ପୂରଣ କରିବା ହେଉଛି ଆମଗାଁ ଆମବିକାଶ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମତବ୍ୟକ୍ତ କରିଛନ୍ତି । ବୁଧବାର ଦିନ ସ୍ଥାନୀୟ ନରସିଂହ ଚୈାଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯାଜପୁର ବ୍ଲକର ସମସ୍ତ ପଂଚାୟତ ପାଇଁ ବିବିଧ ପ୍ରକଳ୍ପର ମଂଜୁରୀ ଭିତିରେ ଆମଗାଁ ଆମବିକାଶ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । ଭିଡ଼ିଓ କନଫରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ଯାଜପୁରବ୍ଲକର ୨୫ଟି ପଂଚାୟତ ପାଇଁ ୧୯୦ଟି ପ୍ରକଳ୍ପ ନିମନ୍ତେ ୭କୋଟି ୪୦ଲକ୍ଷ ଟଙ୍କାର ମଂଜୁର ପ୍ରଦାନ କରିଛନ୍ତି । ଏହି ସମସ୍ତ ପ୍ରକଳ୍ପଗୁଡ଼ିକ ନିର୍ଦ୍ଦିଷ୍ଟ  ସମୟ ସୀମାରେ ଶେଷ କରିବା ସହିତ ଉନ୍ନତମାନର କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଭିଡ଼ିଓ କନଫରେନ୍ସରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଦେଓ ରଂଜନ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ଏନ୍.ସିକଲେଜ ଠାରେ ଏହି କାର୍ଯ୍ୟକ୍ରମରେ ଧର୍ମଶାଳାବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଜିଲାପାଳ ରଂଜନ କୁମାର ଦାସ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ, ପିଡ଼ିଡ଼ିଆରଡ଼ିଏ ବ୍ରଜଗୋପାଳ ଆଚାର୍ଯ୍ୟ, ବିଡ଼ିଓ ସୈାରଭ ଚକ୍ରବର୍ତି, ପୈାରପାଳ ଭବପ୍ରସାଦ ଦାସ, ଧର୍ମଶାଳା ବିଡ଼ିଓ ଅମ୍ବିକା ପ୍ରସାଦ ଦାସ,ଜିଲ୍ଲା ବି.ଜେ.ଡି ସଭାପତି ସରୋଜ ମହାପାତ୍ର,ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ  ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଜନସାଧାରଣଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ତତକ୍ଷଣାତ  ପ୍ରକଳ୍ପ ଗୁଡିକ ମଂଜୁର କରିଥିବାରୁ ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ କୃତଜ୍ଞତା ଜଣାଇଥିଲେ ।  ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯାଜପୁର ବ୍ଲକର ୨୬ଟି ପଂଚାୟତ ମଧ୍ୟରୁ ଖଇରାବାଦ ପଂଚାୟତ ପୂର୍ବରୁ ଆମଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁଏବେ ୨୫ଟି ପଂଚାୟତ ପାଇଁ ୭.୭୯କୋଟି ଟଙ୍କାର ୨୦୧ଗୋଟି ପ୍ରକଳ୍ପର ପ୍ରସ୍ତାବ ପଠାଯାଇଥିଲା । ତନ୍ମଧ୍ୟରୁ ୧୯୦ଟି ପ୍ରକଳ୍ପ ପାଇଁ ୭କୋଟି ୪୦ଲକ୍ଷ ଟଙ୍କାର ମଂଜୁର ମିଳିଥିବା ପ୍ରକାଶ । ଏହି କାର୍ଯ୍ୟକ୍ରମରେ ବ୍ଲକର ୨୬ଗୋଟି ପଂଚାୟତର ସରପଂଚ ଓ ଅନ୍ୟାନ୍ୟ ଲୋକ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ସାଧାରଣ ଜନତାଯୋଗ ଦେଇଥିଲେ ।

0
0
0
s2sdefault