ହେଡଲାଇନସ୍:

 ଥ୍ୟାଙ୍କ ୟୁ ଜିଲ୍ଲାପାଳ ....

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲାପାଳଙ୍କ ହସ୍ତକ୍ଷେପ ଫଳରେ ଜିଲାକୁ ଫେରିଲେ ୪ଶିଶୁ

24-05-18-jaj.jpg - 95.74 kB

ଯାଜପୁର(ଜୟଶଙ୍କର ଦାଶ)  : ପିତୃମାତୃହରା ହେବା ପରେ ୪ ଶିଶୁ ଦିର୍ଘଦିନ ଧରି ଅନ୍ୟ ଜିଲାରେ ରହିଥିବା ବେଳେ ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ହସ୍ତକ୍ଷେପ ଫଳରେ ଯାଜପୁର ଜିଲାକୁ ଫେରିଛନ୍ତି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ପାଖର ପଂଚାୟତ ଅଧିନସ୍ତ ମାଣ୍ଡିଆ ଛକରେ  ରହୁଥିବା ଶଶିମହାକୁଡ (୬୮)ଙ୍କ କନ୍ୟା ବେଙ୍ଗ ଓ ଜ୍ୱାଇଁ ଅଲେଖ ଅକାଳରେ  ମୃତ୍ୟୁବରଣ କରିବାରୁ ତାଙ୍କର ଚାରିିସନ୍ତାନ ଲିପା ଦେହୁରୀ(୭), ରବି ଦେହୁରୀ (୪) ଝୁନ ଦେହୁରୀ (୬) ଓ ରୀନା ଦେହୁରୀ(୨) ଙ୍କୁ ୨୦୧୨ମସିହାରେ  ଶଶି ଜିଲା ଶିଶୁମଙ୍ଗଳ କମିଟି ମାଧ୍ୟମରେ କୈାଣସି ବାଳାଶ୍ରମରେ ରଖିବା ପାଇଁ ଚାହିଁଥିଲେ । ତେବେ ତତ୍କାଳୀନ  ଶିଶୁ ମଙ୍ଗଳ କମିଟିଏହି ଶିଶୁମାନଙ୍କୁ କେନ୍ଦ୍ରାପଡ଼ା କୋରୁଆସ୍ଥିତ ପଲ୍ଲିଶ୍ରୀ ବାଳାଶ୍ରମରେ ରଖିବାକୁ ଆଦେଶ କରିଥିଲେ । ପିଲାମାନଙ୍କର ଆଈ ଶଶି କେବେକେବେ ସେହି ଅନୁଷ୍ଠାନକୁ ଯାଇ ପିଲାମାନଙ୍କୁ ସାକ୍ଷାତକରିବାକୁ ମଧ୍ୟ ସେହି ଆଦେଶରେ ଉଲ୍ଲେଖ ଥିଲା । ଅର୍ଥାଭାବ କାରଣରୁ ଶଶି ପଲ୍ଲିଶ୍ରୀକୁ ଯିବା ସମ୍ଭବ ହେଉନଥିଲା । କୈାଣସି ସୂତ୍ରରୁ ଶଶି ଜାଣିବାକୁ ପାଇଥିଲେ ଯେ ରୀନା ଦେହୁରୀଙ୍କୁ କୈାଣସି ବ୍ୟକ୍ତିଙ୍କୁ ପୋଷ୍ୟସନ୍ତାନ ଭାବେ ପ୍ରଦାନ କରାଯାଇଛି । ଯଦିଓ ଏହି ପୋଷ୍ୟସନ୍ତାନ ସମ୍ପର୍କରେ ତାଙ୍କର କୈାଣସି ମତାମତ ନିଆଯାଇନଥିବା ଶଶି ଜିଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ । ନିୟମତଃ କୈାଣସି ଜିଲାର ପିତୃ ମାତୃହୀନ ପିଲା ସେହି ଜିଲାରେ ଥିବା ବାଳାଶ୍ରମବା ଥଇଥାନ କେନ୍ଦ୍ରମାନଙ୍କରେ ରହିବା ଜରୁରୀ, ଯଦି ସମ୍ପୃକ୍ତ ପିଲା ଅନ୍ୟ ଜିଲାର ହୋଇଥାଏ ତେବେ ତାହାର ଗୃହ ବିବରଣୀ ଆଧାରରେ ସମ୍ପୃକ୍ତ ଜିଲାକୁ ପ୍ରେରଣ କରାଯାଇ ଥଇଥାନର ବ୍ୟବସ୍ଥା କରାଯିବା କଥା । ୨୦୧୭ ମସିହା ନଭେମ୍ବର ମାସରେ କେନ୍ଦ୍ରାପଡ଼ା ଜିଲା ଶିଶୁସୁରକ୍ଷା ୟୁନିଟ୍ ପଲ୍ଲିଶ୍ରୀ ବାଳାଶ୍ରମକୁ ସମୀକ୍ଷା କରିବା ପରେଏହି ପିଲାମାନେ ଯାଜପୁର ଜିଲାର ବୋଲି ଜଣାପଡ଼ିଥିଲା । ତେଣୁ ଯାଜପୁର ଶିଶୁସୁରକ୍ଷା ୟୁନିଟ୍କୁ ପିଲାମାନଙ୍କର ଗୃହବିବରଣୀ ପାଇଁ ସେମାନେ ଅନୁରୋଧ କରିଥିଲେ । ଯାଜପୁର ଶିଶୁସୁରକ୍ଷା ୟୁନିଟ୍ ଉପଯୁକ୍ତ ତଦନ୍ତ କରିବା ପରେ ସେହି ପିଲାମାନେ ଧର୍ମଶାଳା ବ୍ଲକର ମାଣ୍ଡିଆ ଛକର ବୋଲି ଜଣା ପଡ଼ିଥିଲା । ଶିଶୁ ସୁରକ୍ଷା ୟୁନିଟ୍ କର୍ମକର୍ତା ପିଲାମାନଙ୍କର ଆଈ ଶଶିଙ୍କୁ ଯୋଗାଯୋଗ କରି ପଲ୍ଲିଶ୍ରୀରୁ ଯାଜପୁରକୁ ପିଲାମାନଙ୍କୁ ଆଣିବାକୁ ଉଦ୍ୟମକରିଥିଲେ । ଉପରୋକ୍ତ ୩ଶିଶୁଙ୍କ ସହ ବିନୁ ବିନ୍ଧାଣୀ ନାମକ ଅଢେ଼ଇ ବର୍ଷ ଶିଶୁଟିକୁ ମଧ୍ୟ ଯାଜପୁର ଶିଶୁମଙ୍ଗଳ କମିଟିକୁ ପଲ୍ଲିଶ୍ରୀ ପକ୍ଷରୁ ହସ୍ତାନ୍ତର କରାଯାଇଥିଲା । ଏହି ଶିଶୁମାନଙ୍କ ମଧ୍ୟରୁ ଲିପା ଓ ରବି ଉତ୍କଳ  ବାଳାଶ୍ରମରେ ରହୁଥିବା ବେଳେ ବିନୁ ସ୍ୱତନ୍ତ୍ର ପୋଷ୍ୟସନ୍ତାନ ଗ୍ରହଣକେନ୍ଦ୍ର ଯାଜପୁରରେ  ଓ କନ୍ୟା ସନ୍ତାନ ଝୁନ ସ୍ଥାନୀୟ ଜୟନ୍ତୀ ପାଠାଗାର ସ୍ୱଧାର ଗୃହରେ ରଖାଯାଇଛି । ଏହି ଶିଶୁମାନଙ୍କୁ ଆଣିବାକ୍ଷେତ୍ରରେ ଜିଲାଶିଶୁମଙ୍ଗଳକମିଟି କେନ୍ଦ୍ରାପଡ଼ା ଓ ଯାଜପୁର ଏବଂ ଶିଶୁ ସୁରକ୍ଷା ୟୁନିଟ୍ ଯାଜପୁର ଓ କେନ୍ଦ୍ରାପଡ଼ା ସହଯୋଗ କରିଥିଲେ । ପିଲାମାନେ ନିଜଜିଲାକୁ ଫେରି ଆସିଥିବାରୁ ଆଈ ଶଶି ଓ ମାଉସୀ ପ୍ରମୁଖ ଜିଲାପାଳ ଓ ଶିଶୁସୁରକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault