ଟିଟିଲାଗଡ , (ଗୌରବ ଦର୍ଜୀ)-ଓଡ଼ିଶାରେ କୋରୋନା ବୃଦ୍ଧିକୁ ଆଖି ଆଗରେ ରଖି ଓଡ଼ିଶା ସରକାର ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବା ବେଳେ ଗତ କାଲି ୨୨ ଅକ୍ଟୋବର ସକାଳ ୧୦:୩୦ ସମୟରେ ଟିଟିଲାଗଡର ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ମାନ୍ୟବର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କରୋନା ଭୁତାଣୁ ର ସଂକ୍ରମଣ ବିଷୟରେ ସଚେତନ କରିବାକୁ ଏକ ଜନ ସଚେତନ ରଥ କୁ ସବୁଜ ପତକା ଦେଖେଇ ଶୁଭାରମ୍ଭ କରିଥିଲେ। ଟିଟିଲାଗଡ ବିଜୁ ଜନତା ଦଳ ର ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଏହି ରଥ ଟିଟିଲାଗଡ ସହର ସମେତ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା ର ବାର୍ତ୍ତା ପ୍ରଦାନ କରିବା ସହ ମାସ୍କ ବଣ୍ଟନ କରିବ। ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା, ସାନିଟାଇଜର ବ୍ୟବହାର କରିବା ଆଦି ବାର୍ତ୍ତା ପ୍ରଦାନ କରିବା। ଆଜି ବଲାଙ୍ଗିର ବିଜେଡି ଜିଲ୍ଲା ସଭାପତି ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି କରୋନା ଭୁତାଣୁ ସଂକ୍ରମଣ ବିଷୟରେ ସଚେତନ କରିବାକୁ ଟିଟିଲାଗଡ ବ୍ଳକରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି। ପିପଲପଦର, ଶିକେର, ଶଗଡଘାଟ ଗ୍ରାମ ବୁଲି ମନ୍ତ୍ରୀ ଶ୍ରୀମତୀ ସାହୁ, ଟିଟିଲାଗଡ ବ୍ଳକ ଅଧକ୍ଷା ଶ୍ରୀମତୀ ରାମାକାନ୍ତି ପୁଟେଲ, ପୂର୍ବତନ ବ୍ଳକ ଅଧକ୍ଷା ଶ୍ରୀମତୀ ଗୀତା ବିଶି, ସମିତି ସଭ୍ୟ ଶ୍ରୀମତୀ ବବିତା ସାହୁ ଏବଂ ପଞ୍ଚାୟତ ର ବିଜୁ ଜନତା ଦଳ ନେତୃ ବୃନ୍ଦ ଉପସ୍ଥିତ ରହି ସଚେତନତା ସୃଷ୍ଟି କରିବା ସହ ମାସ୍କ ଓ ଲିଫଲେଟ ବଣ୍ଟନ କରିଥିଲେ। ଏହି ସଚେତନତା ରଥ ଟିଟିଲାଗଡ, ସଇଁତଳା ଓ ଗୁଡଭେଲା ବ୍ଳକ ଆଦି ଅଞ୍ଚଳ ରେ ବୁଲି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି।