ଭୁବନେଶ୍ୱର( ଶାସକ ପ୍ରଶାସକ) : ମଞ୍ଚେଶ୍ୱର ଠାରେ ଥିବା ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରେ ଭିଡକୁ ଏଡ଼ାଇବା ସହ ଉଭୟ ରୋଗୀ ଓ ରେଳକର୍ମଚାରୀ ମାନଙ୍କୁ ସୁବିଧା ପ୍ରଦାନ ପାଇଁ ଏକ ନୂତନ ଓପିଡି କମ୍ପ୍ଲେକ୍ସ ନିର୍ମାଣ କରାଯାଇଅଛି I ଏହି ନୂତନ ସୁବିଧା ଦୈନିକ ପ୍ରାୟ ଦେଢ଼ଶହ ଅଧିକ ରୋଗୀଙ୍କୁ ସୁବିଧା ପ୍ରଦାନ କରିପାରିବ I ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଏହି ନୂତନ ଓପିଡି କମ୍ପ୍ଲେକ୍ସ କୁ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏବଂ ବରିଷ୍ଠ ରେଳ ଅଧିକାରୀ ଏବଂ ପ୍ରମୁଖ ବିଭାଗୀୟ ମୁଖ୍ୟ ମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି I ରୋଗୀଙ୍କ ସମ୍ପର୍କୀୟଙ୍କୁ ସେମାନଙ୍କ ସହ ଯୋଗାଯୋଗ କରିବାରେ ସହଜ କରାଇବା ପାଇଁ ମହାପ୍ରବନ୍ଧ ଏହି ଅବସରରେ ଏକ କିଓସ୍କକୁ ମଧ୍ୟ ଉଦ୍ଘାଟନ କରିଛନ୍ତି |
ରାଜ୍ୟ
ରୋଗୀ ଓ ରେଳକର୍ମଚାରୀମାନଙ୍କ ସୁବିଧା ପାଇଁ ନୂତନ ଓପିଡି କମ୍ପ୍ଲେକ୍ସ
- Hits: 321