ହେଡଲାଇନସ୍:

ସ୍କୁଲ ନାଇଟ ୱାଚ ରାମରୁ ବାବା ରାମ ଚନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିନା ତାଲିମରେ କରୁଛନ୍ତି ଜଡି ବୁଟି ଚିକିତ୍ସା।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର )-ଚିକିତ୍ସା ବିଜ୍ଞାନ ଆଜି ବହୁ ଦୂରରେ ପହଂଚିଲାଣି | ଉନ୍ନତ ବିଜ୍ଞାନ କୌଶଳରେ ରୋଗ ନିରୂପଣ କରାଯାଉଛି |  ହେଲେ ଏବେବି  ଆଦିମ ଅଧିବାସୀ ଛାଡି ପାରୁ ନାହାନ୍ତି ଅନ୍ଧ ବିଶ୍ୱାସର ଉପଚାର | ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଥିଲି ବ୍ଲକ ଅଧିନସ୍ତ ଦୂରାଗୁଡା ଗ୍ରାମରେ l  ଏଠାକାର ଏକ ଯୁବକ ସ୍କୁଲ ୱାଚରରୁ ବାବା ପାଲୋଟି ଲୋକଙ୍କୁ ଜଡି ବୁଟି ଚିକିତ୍ସା କରୁଛନ୍ତି | ବାବାଙ୍କ ଚିକିତ୍ସାରେ ଭୋଳ ହୋଇ ଦୈନିକ ଶତାଧିକ ଲୋକ ବାବାଙ୍କ ଘରେ ପହଂଚୁଛନ୍ତି | ବାତ, ପାରାଲିସି ସ, ଫିଡ଼ସ ଭଳି ଦୁରା ରୋଗକୁ ସେ ଭଲ କରୁଥିବା କହିଛନ୍ତି | 

ତୁମଶାପଲ୍ଲୀ ଗ୍ରାମର ରାମଚନ୍ଦ୍ର ସୋଡି ଏକ ଶିକ୍ଷିତ ଯୁବକ |  ପୂର୍ବରୁ ଆଦର୍ଶ ବିଦ୍ୟାଳୟରେ ନାଇଟ ୱାଚ ଭାବେ କାମ କରୁଥିଲେ l ବର୍ତ୍ତମାନ କରନା ମହାମାରୀ ପାଇଁ ସ୍କୁଲ,  କଲେଜ ସବୁ ବନ୍ଦ ଥିବା ବେଳେ ରୋଜଗାର ପାଇଁ ସେ ପାଲଟି ଛନ୍ତି ବାବା l ଦୋରାଗୁଡା ଗ୍ରାମରେ  ଏକ ଭିନ୍ନ ଉପାୟରେ ସେ କରୁଛନ୍ତି ଲୋକଙ୍କ ଚିକିସ୍ଛା l ବାବାଙ୍କ କହିବା ଅନୁଯାୟୀ  ଚିକିତ୍ସା ବିଜ୍ଞାନର କୌଣସି ତାଲିମ ନେଇ ନଥିବା ସତ୍ୟ  ସେ ଠିକ କରିପାରୁଛନ୍ତି ବାତ, ଫୀଡ୍ସ,  କିଡ଼ନୀ, ପାରାଲିସିଶ ଆଦି ରୋଗ l ଅଧିକ ଲୋକଙ୍କ ଭିଡ଼ ଯୋଗୁ ଚିକିତ୍ସା କରିବାକୁ ଅସୁବିଧା ହେଉଥିବାରୁ ଟୋକେନ ର ବ୍ୟବସ୍ତl କରି ଚିକିତ୍ସା ଚଲାଇଛନ୍ତି ବାବା l ଗ୍ରାମବାସୀଙ୍କ କହିବା ଅନୁଯାଇ ବାବାଙ୍କ ନିକଟରେ ଚିକିତ୍ସା  ହେବାପରେ ବର୍ତ୍ତମାନ କିଛି ଲୋକଙ୍କ  ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି l

 

0
0
0
s2sdefault