ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାନ ଜନନାୟକ , ଧାର୍ମିକ ସଂକୀର୍ତ୍ତନ ଗୁରୁ , ଗାୟକ ଶୀରୋମଣୀ , ଶ୍ରୀ ଗାୟକ ଦେବେନ୍ଦ୍ର ପଟ୍ଟନାୟକଙ୍କ ୯୩ ବର୍ଷ ବୟସରେ ବୁଧବାର ଦିନ ପରଲୋକ ହୋଇଯାଇଛି । ୧୯୨୭ ମସିହା ଜୁନ୍ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ମିଷ୍ଟ ଭାଷୀ ଶାନ୍ତ ସରଳ ମେଳାପୀ ବ୍ୟକ୍ତିଭାବେ ସେ ସର୍ବତ୍ର ପରିଚିତ ଥିଲେ । ସେ ଜଣେ ବିଶିଷ୍ଠ ମୃଦଙ୍ଗ ବାଦକ , ଗାୟକ ଭାବେ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବେସ ଜଣା ଶୁଣାଥିଲେ । ଅଷ୍ଟ ପ୍ରହର ନାମ ଯଜ୍ଞ, ଗୀତା ପାରାୟଣ ଇତ୍ୟାଦି ବିଭିନ୍ନ ଧାର୍ମିକ କାର୍ଯ୍ୟରେ ମୃଦଙ୍ଗ ବଜାଇବା ସହ ନାମସଂକୀର୍ତ୍ତନ କରି ବେସ ପରିଚିତ ଥିଲେ । ନିତ୍ୟାନନ୍ଦ ପାଠାଗାରର ମୁଖ୍ୟ ଉପଦେଷ୍ଟା ସହ ସେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନ ଓ ମାନପତ୍ର ପାଇଥିଲେ ।
ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତିରେ ପାରଳାଖେମୁଣ୍ଡି ସ୍ଥିତ କରଣ ସାହିର ସର୍ବ ପୁରାତନ ତ୍ରିନାଥ ମନ୍ଦିର ପୂଜା କମିଟି ପକ୍ଷରୁ ଗୁରୁବାର ଦିନ ସନ୍ଧ୍ୟା ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ରଭାତ ପଟ୍ଟନାୟକ , ଅମୁଲ୍ୟ ପାତ୍ର , ଗୋପୀ ସାହୁ , ରାମଶଙ୍କର ପଟ୍ଟନାୟକ , ରଘୁନାଥ ପଟ୍ଟନାୟକ , ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ସ୍ବର୍ଗତ ଦେବେନ୍ଦ୍ର ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ।
ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଶ୍ରୀକାନ୍ତ ସାହୁ , ପିଙ୍କୁ ପଟ୍ଟନାୟକ , ବିଶ୍ଵନାଥ ପଟ୍ଟନାୟକ , ଆଶିଷ କୁମାର ପଟ୍ଟନାୟକ , ସନ୍ତୋଷ କୁମାର ପଟ୍ଟନାୟକ , ବୁଲୁ ପଟ୍ଟନାୟକ , ବାପୁନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।