ହେଡଲାଇନସ୍:

ଚାଷୀ ପ୍ରତିନିଧି, ବୀମା କମ୍ପାନୀ ଓ ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା ବିଫଲ, ପୁଣି ସମୟ ମାଗିଲା ବୀମା କମ୍ପାନୀ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚାଷୀଙ୍କୁ ମିଛ କହି ଖସିଯିବା ପାଇଁ ଚେଷ୍ଟା ଚଲାଇଛି ବୀମା କମ୍ପାନୀ 

ପନ୍ଦର ଦିନ ମଧ୍ୟରେ ଚାଷୀଙ୍କୁ ବୀମାରାଶି ପ୍ରଦାନ କରାନଗଲେ ଆନ୍ଦୋଳନ ତୀବ୍ରତର

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକର ଲଖମରା, ବାଦୀକଟା ଓ ଭେଙ୍ଗରାଜପୁର ତିନିଗୋଟି ପଞ୍ଚାୟତର ଚାଷୀ ମାନେ ୨୦୧୯-୨୦ ଖରିଫ ଫସଲ ବୀମା ପାଇବାରୁ ବଞ୍ଚିତ ଅଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ନିୟମ ଅନୁଯାୟୀ କ୍ରପକଟିଙ୍ଗର ୪୫ ଦିନ ମଧ୍ୟରେ ଚାଷୀ ବୀମାରାଶି ପାଇପାରିବେ । ହେଲେ ବୀମା କମ୍ପାନୀର ଟାଲଟୁଲ ନିତୀଯୋଗୁ ଚାଷୀ ହଇରାଣ ହେଉଛନ୍ତି । ଚାଷୀ ମାନେ ଫସଲ ବୀମା ପାଇଁ ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କେହି ସମାଧାନ କରିନଥିଲେ । ଏହାର ପ୍ରତିବାଦରେ ଚାଷୀମାନେ ୨୨/୦୯/୨୦୨୦ ମଙ୍ଗଳବାର ଦିନ ପଦ୍ମପୁର ବସନା ରାସ୍ତାକୁ ଲଖମରା କଲେଜ ଛକଠାରେ ରାସ୍ତା ଅବରୋଧ କରିଥିଲେ । ସେଦିନ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲା । ଚାଷୀ ମାନେ ୨୩/୦୯/୨୦୨୦ ବୁଧବାର ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କୌଣସି କର୍ମଚାରୀଙ୍କୁ ପ୍ରବେଶ କରିବାକୁ ଦେଇନଥିଲେ । ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଲିଖିତ ପ୍ରତିଶୃତି ଦେବାପରେ ଚାଷୀମାନେ ତାଙ୍କର ଧାରଣା ପ୍ରତ୍ୟାହାର କରିଥିଲେ । ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ଅନୁସାରେ ଆଜି ଚାଷୀ ପ୍ରତିନିଧି,ବୀମା କମ୍ପାନୀ ଜିଲ୍ଲା ଅଫିସର ଅଧିକାରୀ  ଓ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ଆଲୋଚନା ହେଲା । ଏହି ଆଲୋଚନାରେ ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ,ଡିଡିଏ ଦୀନବନ୍ଧୁ ଗାନ୍ଧୀ, ବୀମା କମ୍ପାନୀର ଅଧିକାରୀ ଏବଂ ଚାଷୀ ପ୍ରତିନିଧି ଦହିତ କୁମାର ସାହୁ, ହରେକୃଷ୍ଣ ସାହୁ ଓ ବିଶ୍ବନାଥ ରଣା ଯୋଗ ଦେଇଥିଲେ । ଆଲୋଚନାରେ ବୀମା କମ୍ପାନୀ ତାର ଟାଲଟୋଲ ନିତି ପ୍ରୟୋଗ କରିଥିଲା ଏବଂ ମୁଖ୍ୟ ଅଫିସରୁ ଅଧିକ ତଥ୍ୟ ଆଣିଲା ପରେ ଏହାର ସମାଧାନ ହୋଇପାରିବ ବୋଲି କହିଥିଲା । ବୀମା କମ୍ପାନୀ ଚାଷୀଙ୍କୁ ମିଛ କହି ଖସିଯିବା ପାଇଁ ଚେଷ୍ଟା ଚଲାଇଛି ଏବଂ ଆଗାମୀ ପନ୍ଦର ଦିନ ମଧ୍ୟରେ ଚାଷୀଙ୍କୁ ବୀମାରାଶି ପ୍ରଦାନ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ଦହିତ କୁମାର ସାହୁ କହିଛନ୍ତି ।

0
0
0
s2sdefault