ହେଡଲାଇନସ୍:

ତିର୍ତ୍ତୋଲ-ପୋଷାଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚସେତୁ ନିର୍ମାଣକୁ ସରକାରଙ୍କ ମଞ୍ଜୁରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଜିଠାରୁ ଆରମ୍ଭ ହେବ  ୧୧୮.୫୬କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ଏହି ଉଚ୍ଚ ସେତୁର ଟେଣ୍ଡର 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର  ତିର୍ତ୍ତୋଲ-ପୋଷାଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚସେତୁ ନିର୍ମାଣ କରିବା ପାଇଁ ମଞ୍ଜୁରି ଦେଇଛନ୍ତି । ଏହି ସେତୁର ଅଟକଳ ମୂଲ୍ୟ ୧୧୮.୫୬କୋଟି ଏବଂ ଦୈର୍ଘ୍ୟ ୮୮୮.୮୯ମିଟର । ସରକାରଙ୍କ ଅନୁମୋଦନ କ୍ରମେ ଆଜି ଏହି ସେତୁର ଟେଣ୍ଡର ପ୍ରକ୍ରିୟା  ଆରମ୍ଭ କରାଯାଇଅଛି । 

ଉକ୍ତ ସେତୁ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା  । ସରକାର ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଉପଲବ୍ଧି କରି ଉକ୍ତ ଅଞ୍ଚଳର ଗମନାଗମନ, ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ସମୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି | 

ଏହି ସେତୁ ନିର୍ମାଣ କରାଗଲେ ଜିଲାର ବହୁ ପଞ୍ଚାୟତ, ଗ୍ରାମ ଯଥା ଅଇଁତ,ଗୋପାଳପୁର, କାନିମୂଳ, ବିଷନପୁର, କୃଷ୍ଟନନ୍ଦପୁର, କୋଶଳ,  ପୋଷାଳ, ବିଜେପୁର, ସରଲପୁର, ତେନ୍ତୁଳିପଡ଼ା ଇତ୍ୟାଦି ଗ୍ରାମ ମାନଙ୍କରେ ବସବାସ କରୁଥିବା ପାଖାପାଖି ୫୦ହଜାର ଜନସାଧାରଣ ଉପକୃତ ହେବେ  । ଟେଣ୍ଡର ପ୍ରକ୍ରିୟା  ସମାପ୍ତ ହେବା ପରେ ଏହି କାର୍ଯ୍ୟଟିକୁ ଆରମ୍ଭ କରାଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ(ଇଆଇସି) ଗ୍ରାମ୍ୟ ନିର୍ମାଣ ସୂଚନ ଦେଇଛନ୍ତି | 

0
0
0
s2sdefault