ହେଡଲାଇନସ୍:

ମୟୂରଭଞ୍ଜ ଜିଲ୍ଲା ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ଯୋଜନାସ୍ତରୀୟ ପରିଚାଳନା ମଣ୍ଡଳୀ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

11-05-18-bari.jpg - 56.05 kB
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଓ କପ୍ତିପଦା ଆଦି ୪ଟି ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ଯୋଜନାସ୍ତରୀୟ ପରିଚାଳନା ମଣ୍ଡଳୀ ବୈଠକ ବାରିପଦାସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ଯଶିପୁର ବିଧାୟକ ମଙ୍ଗଲ ସିଂ ମୋଦି, କରଞ୍ଜିଆ ବିଧାୟକ ବିଜୟ ନାୟକ, ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଳ ହାଁସଦାଃ, ସାରସକଣା ବିଧାୟକ ଭାଦବ ହାଁସଦାଃ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ମୟୂରଭଞ୍ଜ ଜିଲ୍ଲାପରିଷଦର ସଭାପତି ସୁଜାତା ମୁର୍ମୁ ପ୍ରମୁଖଙ୍କ ସମେତ ବାରିପଦା ପିଏ ଆଇଟିଡ଼ିଏ ବିଜନ କୁମାର ଥମ୍ବ, କପ୍ତିପଦାପିଏ ଆଇଟିଡ଼ିଏ ବିଧାନ ଚନ୍ଦ୍ର ରାଏ, କରଞ୍ଜିଆ ପିଏ ଆଇଟିଡ଼ିଏ ଶରତ ଚନ୍ଦ୍ର ପୁରୋହିତ, ରାଇରଙ୍ଗପୁର ପିଏ ଆଇଟିଡ଼ିଏ ରୂପକ କୁମାର ପଟ୍ଟନାୟକ ଆଦ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ ପୂର୍ବକ ନିଜ ନିଜର ମତ ପୋଷଣ କରାଇଥିଲେ । ବୈଠକର ପ୍ରାରମ୍ଭରେ ମୟୂରଭଞ୍ଜ ଜିଲ୍ଲା ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାଗୁଡ଼ିକ ଅଧୀଣରେ ରହିଥିବା ଜନଜାତି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ଗମନାଗମନ ବ୍ୟବସ୍ଥା ନିମନ୍ତେ ରାସ୍ତା ଓ ପୋଲ ନିର୍ମାଣ, ବିଦୁ୍ୟତ୍ ସଂଯୋଗ, ପାନୀୟ ଜଳ ଯୋଗାଣ, ସାମଗ୍ରୀକ ଭିତ୍ତିଭୂମିର ବିକାଶ, ସାମାଜିକ ଅର୍ଥନୈତିକ ଉନ୍ନତି ନିମନ୍ତେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଏବଂ ଆୟ ଭିତ୍ତିକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକ୍ରମର ଅଗ୍ରଗତି ସହିତ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଯୋଜନା କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ସମ୍ପର୍କରେ ପ୍ରତ୍ୟେକ ଆଇଟିଡ଼ିଏୱାରୀ ଆଲୋଚନା କରାଯାଇଥିଲା । ବୈଠକରେ ୪ଗୋଟି ଆଇଟିଡ଼ିଏର ପ୍ରକଳ୍ପ ପ୍ରଶାସକମାନଙ୍କ ଦ୍ୱାରା ଉପସ୍ଥାପିତ ପ୍ରକଳ୍ପସ୍ତରୀୟ ଯୋଜନାଗୁଡ଼ିକର କାର୍ଯ୍ୟସୂଚୀ ବିବରଣୀ ଅନୁସାରେ ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଯୋଜନା ଅଟକଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏସସିଏ ଟୁ ଟିଏସପି ଆର୍ଟିକିଲ୨୭୫(୧), ଷ୍ଟେଟ ପ୍ଲାନରେ ପ୍ରାପ୍ତ ଅନୁଦାନରେ ଗତ ୨୦୧୮ ମାର୍ଚ୍ଚ ମଧ୍ୟରେ କାର୍ଯ୍ୟକରୀ ହୋଇସାରିଥିବା ବଭିିିନ୍ନ ପ୍ରକଳ୍ପ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ପୃଥକ ପୃଥକ ଭାବେ ଆଲୋଚନା ମାଧ୍ୟମରେ ସମୀକ୍ଷା କରାଯାଇଥିଲା । ସେହିପରି ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ଉଦ୍ଧିଷ୍ଟ ଯୋଜନାସ୍ତରୀୟ ଅଟକଳ ଅନୁସାରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଚୁଡ଼ାନ୍ତ ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ ଓ ଅନୁମୋଦନ ନିମନ୍ତେ ନିଷ୍ପତ୍ତି ଗୃହୀତ ହୋଇଥିଲା । ଏଥି ସହିତ ମୋରଡ଼ାସ୍ଥିତ ଲୋଧା ଉନ୍ନୟନ ସଂସ୍ଥା, ଝଶିପୁରସ୍ଥିତ ଖଡ଼ିଆ-ମାଙ୍କଡ଼ିଆ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀମାନଙ୍କ ତତ୍ୱାବଧାନରେ ସମ୍ପୃକ୍ତ ସମ୍ପ୍ରଦାୟର ଅଧିବାସୀମାନଙ୍କ ସାକାଜିକ, ଅର୍ଥନୈତିକ , ସାମଗ୍ରିକ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ନିମନ୍ତେ କାର୍ଯ୍ୟକାରୀ କରାଯାଉଥିବା ମାଇକ୍ରୋ ଅଣୁଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ଯୋଜନା ଅଟକଳର କାର୍ଯ୍ୟଖସଡ଼ା ପ୍ରସ୍ତୁତର ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟାନ୍ୟ ବିଷୟ ପ୍ରସଙ୍ଗ ଉପରେ ଅନୁସୂଚିତ ଜନଜାତି ଛାତ୍ରୀଛାତ୍ର ନିବାସ ଗୃହ ନିର୍ମାଣ, ପାନୀୟ ଜଳଯୋଗାଣ, ଡ୍ରେନେଜ ବ୍ୟବସ୍ଥା, ଦୁର୍ଗମ ଅଞ୍ଚଳଗୁଡ଼ିକରେ ରାସ୍ତା ଓ ପୋଲ ନିର୍ମାଣ ଆଦି କାର୍ଯ୍ୟକାରୀତା ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପୃକ୍ତ ସମସ୍ତ ଲାଇନ ବିଭାଗୀୟ ପାଦାଧିକାରୀ, ଅଧିକାରୀ, ଜିଲ୍ଲାର ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲାପରିଷଦର ସଦସ୍ୟ/ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ ।
11-05-18-bari-1.jpg - 74.56 kB

 

0
0
0
s2sdefault