ହେଡଲାଇନସ୍:

ବନ୍ୟା ପରିସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ। : ସ୍ଥାନାନ୍ତରିତ କରାଗଲା ପ୍ରଭାବିତ ପରିବାରଙ୍କୁ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା:(ସୁଭାଷ ସହାରେ) ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇ ଯାଇଥିବା ବେଳେ ଅନେକ ପୋଲ ଭୁଷୁଡ଼ି ପଡ଼ିଥିବା ଦେଖାଯାଇଛି। 

ଜିଲ୍ଲାର କିର୍ମିରା ବ୍ଲକର ପୂର୍ତ୍ତ ବିଭାଗ ଅଧିନରେ ଥିବା ବାଗଡିହିରୁ ଖଡ଼ିଆମାଲ ରାସ୍ତାର ତିରିଶ ମିଟର ପ୍ରବଳ ବର୍ଷା ଯୋଗୁଁ ଧୋଇ ହୋଇ ଯାଇଛି। ଫଳରେ ଏହା ମଧ୍ୟ ଦେଇ ନଦୀ ଭଳି ପ୍ରବଳ ଜଳସ୍ରୋତ ବହି ଯାଉଛି। ଖବର ପାଇବା ପରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ, ରାସ୍ତା ଓ ଗୃହ ବିଭାଗ ନିର୍ବାହୀ ଯନ୍ତ୍ରୀ, କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ତେଜରାଜ ସାହୁ ଓ ତହସିଲଦାର ମୁକୁଟମଣି ଖେସ ପ୍ରଭୃତି ଘଟଣାସ୍ଥଳରେ ପହଞ୍ଚିଥିଲେ। 

ଏହା ମଧ୍ୟରେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ବନ୍ୟା କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି।ବନ୍ୟା ପ୍ରଭାବିତ ଡୁବକାବାହାଲ ଓ ଡମ୍ବପଡ଼ା ଗାଁର ନଅଟି ପରିବାରର ୩୫ ଜଣଙ୍କୁ ଦୁଖବାହାଲ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଏହା ବ୍ୟତୀତ ଝାରସୁଗୁଡ଼ା ବ୍ଲକରେ ଇବ ଓ ଭେଡ଼େନ ନଦୀର ପଛୁଆ ପାଣି ଯୋଗୁଁ ପ୍ରଭାବିତ କୁଷ୍ଟପତ୍ରା ହେମଲେଟର ତେରଟି ପରିବାରର ୭୦ ଜଣଙ୍କୁ ଇବ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରି କୋଲାବିରାରେ ତିନିଟି ପରିବାରର ୯ଜଣଙ୍କୁ କୋଲାବିରା ପଂଚାୟତ ସମିତି ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ପ୍ରାପ୍ତ ହୋଇଛି। ଅନ୍ୟ ଏକ ଘଟଣାରେ ମାଲଦା ପଞ୍ଚାୟତର ଅଗ୍ନିଶମ ବିଭାଗ ଦୁଇ ଜଣଙ୍କୁ ଉଦ୍ଧାର କରିଛି। ବ୍ରଜରାଜନଗର ପୌରପାଳିକାରେ ଇଟାଭାଟି ଅଞ୍ଚଳର ସଇଁତିରିଶଟି ପରିବାରର ୧୪୨ ଜଣଙ୍କୁ ଇଟାଭଟା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା ପ୍ରଶାସନ ସୂଚନା ଦେଇଛନ୍ତି। 

ସୂଚନାନୁସାରେ, ବ୍ରଜରାଜନଗରର ରାମଚଣ୍ଡୀ ମନ୍ଦିର ଇବ ନଦୀ ବନ୍ୟା ପାଣିରେ ବୁଡ଼ିଯାଇଛି।

0
0
0
s2sdefault