ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ – ଗତକାଲି ଅପରାହ୍ନ ସମୟରୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ କଦଳୀଗଡ ଠାରୁ ଆରମ୍ଭକରି କୁକୁଡାବାହାଳୀ ପଞ୍ଚାୟତ ଯାଏଁ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଗ୍ରାମରେ ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ରେଢାଖୋଲ ବିଦ୍ୟୁତ କର୍ମଚାରୀମାନେ ଙ୍କ ଏଭଳି ଖାମଖିଆଲି ପାଇଁ ଏମିତି ହୋଇଛି ବୋଲି ଏ ଅଞ୍ଚଳ ର ଉପଭୋକ୍ତା ମାନେ ଅଭିଯୋଗ କରୁଛନ୍ତି I ଏ ବାବଦରେ ରେଢାଖୋଲ ଜେଇ , କିମ୍ବା ଏସଡିଓଙ୍କୁ ଜଣାଇଲେ କେତେବେଳେ କରେଣ୍ଟ ଆସିବ ସେ ସମ୍ପର୍କରେ କୌଣସି ସଠିକ୍ ଉତ୍ତର ମଧ୍ୟ ସେମାନେ ଦେଇ ପାରୁନାହାନ୍ତି । କରେଣ୍ଟ ନ ଥିବାରୁ ଲୋକେ କୌଣସି ବୈଦ୍ୟୁତିକ ସାମଗ୍ରୀର ବ୍ୟବହାର କରିପାରୁ ନଥିବା ଯୋଗୁଁ ଅନେକ ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳୁଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ୨୦ ଘଣ୍ଟା ଧରି ବିଦ୍ୟୁତ୍ କାଟ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇ ପଡିଛି ।
ରାଜ୍ୟ
୨୦ ଘଣ୍ଟା ରୁ ଉର୍ଦ୍ଧ ହେବ କଦଳୀଗଡ, କୁକୁଡାବାହାଳୀ ଅଞ୍ଚଳରେ ବିଦ୍ୟୁତ୍ ସେବା ଠପ୍
- Hits: 634