ଖଣିରୁ ଉତ୍ତୋଳିତ ସାମଗ୍ରୀ ଉପରେ ସିମେଣ୍ଟ ଶିଳ୍ପର ନିର୍ଭରଶୀଳତା ହ୍ରାସ ଦିଗରେ ଏକ ବୃହତ ପଦକ୍ଷେପ ଏବଂ ୩% କ୍ଲିଂକର ର’ ମିକ୍ସର ସ୍ଥାନ ନେଉଛି
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଲୁମିନିୟମ ଏବଂ ତମ୍ବା ଉତ୍ପାଦନ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଅଗ୍ରଣୀ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଭାରତର ସର୍ବବୃହତ ସିମେଣ୍ଟ ଏବଂ କଂକ୍ରିଟ ଉତ୍ପାଦନକାରୀ ଅଲ୍ଟ୍ରାଟେକ ସିମେଣ୍ଟ ଲିମିଟେଡ ସହିତ ବାର୍ଷିକ ୧.୨ ନିୟୁତ ମେଟ୍ରିକ ଟନ୍ ରେଡ ମଡ (ବକ୍ସାଇଟର ଅବଶିଷ୍ଟ ଅଂଶ ଭାବେ ମଧ୍ୟ ପରିଚିତ) ଦେଶର ୭ଟି ରାଜ୍ୟରେ ଥିବା ଅଲ୍ଟ୍ରାଟେକ୍ର ୧୪ଟି କାରଖାନାକୁ ଯୋଗାଇଦେବା ସକାଶେ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି । ହିଣ୍ଡାଲ୍କୋ ବିଶ୍ୱର ପ୍ରଥମ କମ୍ପାନୀ ଭାବରେ ତାହାର ତିନିଟି ବିଶୋଧନାଗାରରେ ରେଡ ମଡ୍ର ୧୦୦% ଉପଯୋଗ ସଫଳତା ହାସଲ କରିଛି ।
ଆଲୁମିନା ଉତ୍ପାଦନ ପ୍ରକ୍ରିୟାରେ ଉତ୍ପନ୍ନ ହେଉଥିବା ରେଡ ମଡ ଲୌହ ଅକ୍ସାଇଡ ସହିତ ଆଲୁମିନା, ସିଲିକା ଏବଂ ଆଲ୍କାଲିରେ ସମୃଦ୍ଧ । ସିମେଣ୍ଟ ଶିଳ୍ପ ଖଣିରୁ ଉତ୍ତୋଳନ କରାଯାଉଥିବା ସାମଗ୍ରୀ ଯଥା ଲାଟେରାଇଟ ଏବଂ ଲିଥୋମାର୍ଜ ପ୍ରତିବଦଳରେ ଏହାର ପ୍ରକ୍ରିୟାରେ ରେଡମଡକୁ ବ୍ୟବହାର କରିବା ସାମର୍ଥ୍ୟ ବିକଶିତ କରିଛି । ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଅଲ୍ଟ୍ରାଟେକ ସିମେଣ୍ଟ କାରଖାନାଗୁଡିକୁ ରେଡ ମଡ ଯୋଗାଇ ଦେଉଛି ଯେଉଁଠାରେ ଏହା ଖଣିରୁ ଉତ୍ତୋଳନ କରାଯାଉଥିବା ସାମଗ୍ରୀର ଏକ ସଫଳ ପ୍ରତିବଦଳ ଭାବରେ ପ୍ରମାଣିତ ହୋଇଛି ଏବଂ ଏହା ସଫଳତାର ସହିତ କ୍ଲିଂକର ର’ ମିକ୍ସ ପରିମାଣର ୩% ସ୍ଥାନନେଉଛି । ରେଡ ମଡ ବ୍ୟବହାର ଦ୍ୱାରା ପ୍ରାକୃତିକ ସମ୍ବଳ ଉପରେ ସିମେଣ୍ଟ ଶିଳ୍ପର ନିର୍ଭରଶୀଳତା ହ୍ରାସପାଉଛି ଏବଂ ଏହାଦ୍ୱାରା ଏକ ଚକ୍ରାକାର ଅର୍ଥନୀତିକୁ ପ୍ରୋତ୍ସାହାନ ମିଳୁଛି । ହିଣ୍ଡାଲ୍କୋ ଆଲୁମିନା ବିଶୋଧନାଗାରଗୁଡିକ ସମ୍ପ୍ରତି ପ୍ରତିମାସରେ ସିମେଣ୍ଟ କମ୍ପାନୀଗୁଡିକୁ ୨୫୦,୦୦୦ ମେଟ୍ରିକ ଟନ୍ ପରିମାଣର ବକ୍ସାଇଟ ଅବଶିଷ୍ଟାଂଶ ଯୋଗାଇଦେଉଛି, ଏହାଦ୍ୱାରା ବକ୍ସାଇଟ ଅବଶିଷ୍ଟାଂଶକୁ ଏଭଳି ବିପୁଳ ପରିମାଣରେ ବ୍ୟବସାୟିକ ସ୍ତରରେ ଉପଯୋଗ କରିବା କ୍ଷେତ୍ରରେ ହିଣ୍ଡାଲ୍କୋକୁ ଏହା ବିଶ୍ୱର ପ୍ରଥମ କମ୍ପାନୀ ଭାବେ ପ୍ରତିଷ୍ଠିତ କରାଇଛି । ଚଳିତ ବର୍ଷ ହିଣ୍ଡାଲକୋ ୨.୫ ନିୟୁତ ମେଟ୍ରିକ ଟନ୍ ବକ୍ସାଇଟ ଅବଶିଷ୍ଟାଂଶ ଉପଯୋଗିତା ପାଇଁ ଲକ୍ଷ୍ୟ ରଖିଛି, ଯାହା ଆଉଏକ ବିଶ୍ୱସ୍ତରୀୟ ମାଇଲଖୁଣ୍ଟ ହେବ ।
ହିଣ୍ଡାଲକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତୀଶ ପାଲ୍ କହିଛନ୍ତି, “ନିର୍ମାଣ ଶିଳ୍ପ ପାଇଁ ଉଚ୍ଚମାନର ଉତ୍ପାଦ ବିକାଶ କରିବାକୁ ହିଣ୍ଡାଲ୍କୋ ସିମେଣ୍ଟ କମ୍ପାନୀଗୁଡିକ ସହିତ ମିଶି କାର୍ଯ୍ୟ କରୁଛି । ହିଣ୍ଡାଲ୍କୋ ଏକ ଦୃଢ ଗ୍ରାହକ ଭିତ୍ତି ନିର୍ମାଣ କରିଛି ଏବଂ ପ୍ରତିମାସରେ ୪୦ରୁ ଊଦ୍ଧ୍ୱର୍ ସିମେଣ୍ଟ କାରଖାନାକୁ ରେଡ ମଡ ଯୋଗାଇ ଦେଉଛି । ଆମେ ଆମର ତିନିଟିଯାକ ବିଶୋଧନାଗାରରେ ରେଡ ମଡ୍ର ୧୦୦% ଉପଯୋଗ କରିପାରିଛୁ ଏବଂ ଆମର ସମସ୍ତ ପ୍ରକଳ୍ପ ସ୍ତରରେ ଶୂନ୍ୟବର୍ଜ୍ୟ ଭିତ୍ତିକ ଆଲୁମିନା ଉତ୍ପାଦନ ହାସଲ ଲକ୍ଷ୍ୟ ରଖିଛୁ । ଦୀର୍ଘକାଳୀନ ନିରନ୍ତର ପ୍ରଭାବ ପକାଉଥିବା ଏବଂ ଭବିଷ୍ୟତକୁ ରୂପାନ୍ତରଣ କରିବାର ସାମର୍ଥ୍ୟ ରଖୁଥିବା ସମାଧାନ କୌଶଳକୁ ଆପଣେଇବାରେ ଆମ ପ୍ରତିଶ୍ରୁତିବଦ୍ଧତା ହିଣ୍ଡାଲକୋର ଏହି ପଦକ୍ଷେପ ଦ୍ୱାରା ପ୍ରତିପାଦିତ ହେଉଛି ।”
ବିଶ୍ୱସ୍ତରରେ ବାର୍ଷିକ ୧୬୦ ନିୟୁତ ମେଟ୍ରିକ ଟନ ରେଡ ମଡ ଉତ୍ପନ୍ନ ହେଉଛି ଏବଂ ସେଗୁଡିକୁ ବିସ୍ତୀର୍ଣ୍ଣ ଜମିରେ ମହଜୁଦ କରି ରଖାଯାଉଛି ଯାହା ଶିଳ୍ପ ପାଇଁ ଏକ ଗୁରୁତର ଆହ୍ୱାନ ସୃଷ୍ଟି କରିଛି । ଏହାର ଏକ ସ୍ଥାୟୀ ସମାଧାନ ନିରୂପଣ କରିବା ସକାଶେ ହିଣ୍ଡାଲ୍କୋ ଭିତ୍ତିଭୂମିରେ ନିବେଶ କରି ଏବଂ ସିମେଣ୍ଟ କମ୍ପାନୀଗୁଡିକ ସହିତ ସହଯୋଗିତା କରିଛି, ଯେଉଁଥିରେ ଅଲ୍ଟ୍ରାଟେକ ପ୍ରମୁଖ ଅଂଶୀଦାର ହୋଇଛି ।
ଅଲ୍ଟ୍ରାଟେକ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ ସି ଝାନୱାର କହିଛନ୍ତି, “ଭାରତରେ ଉତ୍ପାଦନ କ୍ଷେତ୍ରରେ ବିକଳ୍ପ କଞ୍ଚାମାଲ ଓ ଇନ୍ଧନ ବ୍ୟବହାର କରିବାରେ ଅଲ୍ଟ୍ରାଟେକ ଖୁବଶୀଘ୍ର ପଦକ୍ଷେପ ନେଇଛି ଏବଂ ମହଜୁଦ ସ୍ଥଳ ନିର୍ମାଣ, ହ୍ୟାଣ୍ଡଲିଂ ଓ ପ୍ରକ୍ରିୟାକରଣ ଆଦି ସୁବିଧା ନିର୍ମାଣରେ ଏହା ପୁଞ୍ଜିନିବେଶ କରିଛି । ସିମେଣ୍ଟ ଉତ୍ପାଦନ ପାଇଁ ରେଡ ମଡକୁ ଏକ ବିକଳ୍ପ କଞ୍ଚାମାଲ ଭାବରେ ବ୍ୟବହାର କରିବା ପାଇଁ ଭିତ୍ତିଭୂମି ଏବଂ ପ୍ରକ୍ରିୟାକରଣ ବ୍ୟବସ୍ଥାରେ ସଂଶୋଧନ ଆବଶ୍ୟକ ଯଦ୍ଦ୍ଵାରା ଉଭୟ ବ୍ୟବସାୟ ଏବଂ ପରିବେଶ ପାଇଁ ଫାଇଦା ପହଞ୍ଚିପାରିବ ।”
ଗତବର୍ଷ ଅଲ୍ଟ୍ରାଟେକ ପ୍ରାୟ ୧୫.୭୩ ନିୟୁତ ଟନ୍ ପରିମାଣର ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁକୁ ବିକଳ୍ପ କଞ୍ଚାମାଲ ଭାବରେ ବ୍ୟବହାର କରିଥିଲା ଏବଂ ଏହାର କିଲ୍ନଗୁଡିକରେ ପ୍ରାୟ ୩୦୦,୦୦୦ ଟନ୍ ବିକଳ୍ପ ଇନ୍ଧନ ମଧ୍ୟ ବ୍ୟବହାର କରିଥିଲା ।
ଶ୍ରୀ ଝାନୱାର କହିଥିଲେ, “ହିଣ୍ଡାଲ୍କୋରୁ ବାର୍ଷିକ ୧.୨ ନିୟୁତ ମେଟ୍ରିକ ଟନ୍ ରେଡ ମଡ ଯୋଗାଣ ଦ୍ୱାରା ଆମେ ଆମର ଉତ୍ପାଦନ ପ୍ରକ୍ରିୟାରେ ପ୍ରାୟ ୧ନିୟୁତ ଟନ୍ରୁ ଅଧିକ ଲାଟେରାଇଟ ଭଳି ପ୍ରାକୃତିକ ସମ୍ପଦକୁ ସଂରକ୍ଷିତ ରଖିପାରିବୁ ବୋଲି ଆଶା କରୁଛୁ । ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁକୁ ସିମେଣ୍ଟ ଶିଳ୍ପରେ ବିକଳ୍ପ କଞ୍ଚାମାଲ ଭାବରେ ବ୍ୟବହାର କରିବା ଏବଂ ବିକଳ୍ପ ଇନ୍ଧନର କୌଶଳତ୍ମକ ବ୍ୟବହାରିତା ବୃଦ୍ଧି ଦ୍ୱାରା ଚକ୍ରାକାର ଅର୍ଥନୀତି ପ୍ରତି ଆମର ବର୍ଦ୍ଧିତ ଅବଦାନ ଆମର ଦୀର୍ଘସୂତ୍ରୀ ନିରନ୍ତରତା ଲକ୍ଷ୍ୟ ହାସଲ ଦିଗରେ ରହିଥିବା ଲକ୍ଷ୍ୟ ମୁତାବକ ହୋଇଛି ।”
ଏହି ବୁଝାମଣାପତ୍ର ଉଭୟ ହିଣ୍ଡାଲକୋ ଏବଂ ଅଲ୍ଟ୍ରାଟେକ ପାଇଁ ଏକ ଉଲ୍ଲେଖଯୋଗ୍ୟ ନିରନ୍ତର ପ୍ରୟାସର ପ୍ରତିନିଧିତ୍ୱ କରୁଛି । ଗୋଟିଏ ଶିଳ୍ପର ବର୍ଜ୍ୟବସ୍ତୁ ଅନ୍ୟଏକ ଶିଳ୍ପରେ କଞ୍ଚାମାଲ ଭାବରେ ବ୍ୟବହାର କରାଯିବା ଏକ ଚକ୍ରାକାର ଅର୍ଥନୀତିର ଉଦାହରଣ ଠାରୁ ଯଥେଷ୍ଟ ଅଧିକ ହୋଇଛି । ଏହା ବ୍ୟବସାୟ କ୍ଷେତ୍ରରେ ନିରନ୍ତରତା-ପ୍ରଥମ ନେଇ ହିଣ୍ଡାଲ୍କୋର ଆଭିମୁଖ୍ୟକୁ ପ୍ରତିପାଦିତ କରୁଛି ।