ହେଡଲାଇନସ୍:

ରେଙ୍ଗାଲି ଆଞ୍ଚଳିକ ଟ୍ରକ ମାଲିକ ଙ୍କ ଚେତାବନୀ, ଓଭର ଲୋଡିଂ ବନ୍ଦ ନକଲେ ଆମରଣ ଅନଶନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ):  ରେଙ୍ଗାଲି ସ୍ଥିତ ଶ୍ୟାମମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ପାଇଁ ରେଙ୍ଗାଲି ଆଞ୍ଚଳିକ  ଟ୍ରକ ମାଲିକ ଙ୍କ ଦାବୀ କୁ ପ୍ରଶାସନ ର  ଅଣଦେଖା l ବାରମ୍ବାର ଦାବୀ କରିବା ସତ୍ୱେ କମ୍ପାନୀ ଜ଼ିଲ୍ଲା ପ୍ରଶାସନ ନା କମ୍ପାନୀ କର୍ତ୍ତୃପକ୍ଷ କେହି କର୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି l  ରେଙ୍ଗାଲି ସ୍ଥିତ ଶ୍ୟାମ ମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ଏବଂ ବର୍ଦ୍ଧିତ ଡିଜେଲ ଦର ରେ ଭଡା ସ୍ଥିର କରିବା ପାଇଁ ରେଙ୍ଗାଲି ଟ୍ରକ ମାଲିକ ମାନେ ବାରମ୍ବାର  ଦାବୀ କରିଆସୁଛନ୍ତି l  ମାତ୍ର, ଜ଼ିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇ ଆସୁଛି l  ଏନେଇ ମାଲିକ ମାନଙ୍କ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ସହିତ  ଜ଼ିଲ୍ଲାପାଳ ଙ୍କୁ ଗତ ୨୨ ଏବଂ ୨୯ ତାରିଖ ସୂଚନା ଦିଆଯାଇଥିଲା l ପ୍ରଥମେ ଗତ ୨୨ ତାରିଖ ଜ଼ିଲ୍ଲାପାଳ ଙ୍କୁ ଭେଟି ଦାବୀ କରିବା ପରେ  ୩ ଦିନ ଭିତରେ ଏକ ତ୍ରିପାକ୍ଷିକ ବୈଠକ କରି ଏହାର ସମାଧାନ ପାଇଁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ପ୍ରତିଶୃତି ଦିଆଯାଇଥିଲା l କିନ୍ତୁ  ବୈଠକ ହେବା  ନେଇ କୌଣସି  ସୂଚନା ନ ମିଳିବା ରୁ ୨୯ ତାରିଖ  କର୍ମକର୍ତ୍ତା ପୁଣି ଜ଼ିଲ୍ଲାପାଳ ଙ୍କୁ ସାକ୍ଷାତ କରି ଯଥା ଶୀଘ୍ର ଏହି ବୈଠକ କରିବାକୁ ଦାବୀ କରିଥିଲେ l ୯ ତାରିଖ  ଏହି ମର୍ମ ରେ ଟ୍ରକ ମାଲିକ ମାନେ ପୁଣି ଥରେ ଜ଼ିଲ୍ଲାପାଳଙ୍କ ଠାରେ ଏହି  ଦାବୀ କରିଥିଲେ l  ଅନ୍ୟଥା ଆଗାମୀ  ଦିନରେ କମ୍ପାନୀ ଗେଟ ସମ୍ଭୁଖ ରେ କରୋନା କଟକଣା ସାମାଜିକ ଦୂରତ୍ୱ କୁୁ ଗୁରୁତ୍ୱ ଦେଇ  ଧାରଣା ଦିଆଯିବ ବୋଲି ସେମାନେ ପତ୍ର ରେ ଉଲ୍ଲେଖ କରିଥିଲେ l

      ଆଜି ଟ୍ରକ ମାଲିକ ମାନେ ସ୍ଥାନୀୟ ରାମଚନ୍ଦ୍ର ନଗର ଛକରୁ ଏକ ଶୋଭାଯାତ୍ରାରେ ବାହାରି  କମ୍ପାନୀ ଗେଟ ସମ୍ଭୁଖ ରେ ପ୍ଲାଏ କାର୍ଡ଼ ଧରି ସ୍ଲୋଗାନ ଦେବା ସହ ଏହାର  କୌଣସି ସମାଧାନ ନହେଲେ ଆଗାମୀ ଦିନରେ ବିନା ନୋଟିସରେ ଯେ କୌଣସି ଦିନ ଆମରଣ ଅନଶନ ଆରମ୍ଭ କରାଯିବ ବୋଲି  ଚେତାବନୀ ଦେଇଛନ୍ତି l ଟ୍ରକ ମାଲିକ ଜ୍ୟୋତିର ମୟ ସାହୁ,  ସ୍ୱାଗତ କୁମାର ନାୟକ, ପ୍ରତିମା ମେହେର, ଅର୍ଚନା ସାହୁ, ରୁଦ୍ର ପ୍ରତାପ ମେହେର, ଶେଖ ଆସିଫ, ଇନ୍ଦ୍ର ମେହେର, ପ୍ରଶାନ୍ତ ଦାସ, ଦେବେନ୍ଦ୍ର ମିଶ୍ର ପ୍ରମୁଖ ସାମିଲ ଥିଲେ   l

0
0
0
s2sdefault