ହେଡଲାଇନସ୍:

ଅଯୋଧ୍ୟାରେ ହେବ ଭୂମିପୂଜନ : ଖୁସିର ଦୀପାବଳି ପାଳନ କରିବାକୁ ଭିଏଚପି ନେତୃବୃନ୍ଦଙ୍କ ଅନୁରୋଧ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼ - ଆଜି ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ | ତେଣୁ ଏହି ଐତିହାସିକ କ୍ଷଣକୁ ଭବ୍ୟ ଉତ୍ସବ ଭାବରେ ପାଳନ କରିବା ତଥା ଖୁସିର ଦିପାବଳୀ ରୂପେ ପାଳନ କରିବା ପାଇଁ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ଶାନ୍ତନୁ କୁସୁମ ନିବେଦନ କରିଛନ୍ତି | ଏହି ପରିପ୍ରେକ୍ଷୀରେ ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ, ପୂଜ୍ୟ ସାଧୁସନ୍ଥ ତଥା ଅନେକ ଗଣମାନ୍ୟ ବ୍ୟକ୍ତିଙ୍କ ହାତରେ ଆଜି ଭବ୍ୟ ରାମମନ୍ଦିର ପାଇଁ ଭୂମିପୂଜନ ଅନୁଷ୍ଠିତ ହେବ | ତେଣୁ ସକାଳ 10 ଟାରୁ ସମସ୍ତେ ନିଜ ନିଜ ଘରେ ରହି ନିଜର ଆରାଧ୍ୟ ଦେବୀ-ଦେବତାଙ୍କ ପୂଜନ, କୀର୍ତ୍ତନ କରି ପ୍ରସାଦ ବିତରଣ କରିବା ଉଚିତ | ତାସହିତ ନିଜ ଘର, ଗାଁ, ମଠମନ୍ଦିର, ଆଶ୍ରମ ଆଦିକୁ ଯଥା ସମ୍ଭବ ସାଜସଜ୍ଜା କରି ସନ୍ଧ୍ୟା ସମୟରେ ଦୀପ ପ୍ରଜ୍ୱଳନ କରିବା ଉଚିତ | ସାମର୍ଥ୍ୟ ମତେ ଯଥା ସମ୍ଭବ ଦାନ ଦେବାର ମଧ୍ୟ ସଂକଳ୍ପ ନେବା ଉଚିତ | ତାଛଡା ବର୍ତ୍ତମାନ ଏକ ମହାମାରୀ ଦ୍ଵାରା ସମାଜ କବଳିତ ହୋଇଥିବା ଯୋଗୁଁ ସମସ୍ତ ସରକାରୀ କଟକଣାର ପରିସର ଭିତରେ ରହି ପ୍ରାରମ୍ଭ ଉତ୍ସବ ପାଳନ କରନ୍ତୁ ବୋଲି ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ଶ୍ରୀ କୁସୁମ ନିବେଦନ କରିଛନ୍ତି |

0
0
0
s2sdefault