ହେଡଲାଇନସ୍:

ଘୋଷଣା ହେଲା ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ, ଦେଖନ୍ତୁ କଣ ଖୋଲିବ ଆଉ କଣ ଖୋଲିବନି 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରାତି କର୍ଫ୍ୟୁ ବଳବତ୍ତର :  ଦୋକାନବଜାର ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ 

କଣ୍ଟନମେଣ୍ଟ ଅଂଚଳରେ ବଳବତ୍ତର ରହିବ କଡା କଟକଣା 

ଭୁବନେଶ୍ୱର ଘୋଷଣା ହେଲା ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ | ଅଗଷ୍ଟ ମାସ ପାଇଁ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ରାତି ୯ଟାରୁ ସକାଳ ୫ଟା ଯାଏଁ ଦୋକାନବଜାର, ଯାତାୟତ ପୂର୍ବଭଳି ବନ୍ଦ ରହିବ । କଣ୍ଟନମେଣ୍ଟ ଅଂଚଳରେ ବଳବତ୍ତର ରହିବ କଡା କଟକଣା |  ସପ୍ତାହାନ୍ତ କର୍ଫ୍ୟୁ ଜାରି ରହିବ ଗଂଜାମ, ଖୋର୍ଦ୍ଧା, ଗଜପତି, କଟକ ଜିଲ୍ଲା ଓ  ରାଉରକେଲା ମହାନଗର ନିଗମଅଂଚଳରେ  | ଦେଖନ୍ତୁ କଣ ଖୋଲିବ ଆଉ କଣ ଖୋଲିବନି  ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା ଏହି ସବୁ ଉପରେ | ଖୋଲିବନି ମନ୍ଦିର ଓ ଉପାସନା ସ୍ଥଳ |

ସିନେମା ହଲ, ସୁଇମିଙ୍ଗ ପୁଲ, ମନୋରଞ୍ଜନ କେନ୍ଦ୍ର, ପ୍ରେକ୍ଷାଳୟ ଖୋଲିବନି |ସାମାଜିକ, ସାଂସ୍କୃତିକ, ସିକ୍ଷଣିୟ, ଧାର୍ମିକ ତଥା ବଡ ସମାବେଶ ଉପରେ କଟକଣା | ସ୍କୁଲ ଅନ୍ୟ ଶିକ୍ଷାନୁଷ୍ଠାନ, କୋଚିଂସେଣ୍ଟର,  କଲେଜ, ଅଙ୍ଗନବାଡି ଖୋଲିବନି | ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଏସଓପି ଅନୁଯାୟୀ ଅଗଷ୍ଟ ୫ ରୁ  ଖୋଲିବ ଜିମ ଆଉ ଯୋଗ କେନ୍ଦ୍ର | ୫୦% କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ ଚାଲିବ । ମାସ ସାରା ଶନିବାର ଦିନ ସରକାରୀ ଅଫିସ ବନ୍ଦ ରହିବ । ଅଗଷ୍ଟ ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ଏସବୁ କଟକଣା ଲାଗୁ ରହିବ ।  

ଅନ୍ୟପକ୍ଷରେ କୋଭିଡ୍ ନିୟମ ପାଳନକୁ ଆହୁରି କଡ଼ାକଡ଼ି କରାଯାଇଛି । ସାଧାରଣ ସ୍ଥାନରେ ଲୋକ ଏକାଠି ହେବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଉଲ୍ଲଂଘନକାରୀଙ୍କ ବିରୋଧରେ ଏପିଡେମିକ୍ ଡିଜିଜ୍ ଆକ୍ଟ(ସଂଶୋଧିତ) ଅନୁଯାୟୀ ଦଣ୍ଡବିଧାନ ହେବ । ମାସ୍କ ନ ପିନ୍ଧିଲେ ଏଣିକି ଅଧିକ ଜୋରିମାନା ଦେବାକୁ ହେବ । ପ୍ରଥମ ଦୁଇ ଥର ଉଲ୍ଲଂଘନ ପାଇଁ ୧ ହଜାର ଟଙ୍କା ଲେଖାଏଁ ଏବଂ ତା’ପରେ ୫ ହଜାର ଟଙ୍କା ଜରିମାନା ଲାଗୁ କରାଯିବ  । ବାହାଘର ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ । ଅଧିକ ଗହଳି ହେଲେ ୧୦ ହଜାର ଜରିମାନା ଦେବାକୁ ପଡିବ । ଆବଶ୍ୟକସ୍ଥଳେ ବାହାଘରସ୍ଥଳକୁ ସିଲ୍ କରାଯିବ । କୌଣସି ସ୍ଥାନରେ  ୧୦ ଜଣଙ୍କଠାରୁ ଅଧିକ ଲୋକଙ୍କ ଗହଳିକୁ ଅନୁମତି ଦିଆଯିବ ନାହିଁ । ଉଲ୍ଲଂଘନକାରୀ ୧୦ ହଜାର ଟଙ୍କା ଫାଇନ୍ ଦେବେ । ଦୋକାନ ବଜାରରେ ସାମାଜିକ ଦୂରତା କଡ଼ାକଡ଼ି କରାଯିବ  । ଯେଉଁ ଦୋକାନରେ ଏହାର ଉଲ୍ଲଂଘନ ହେବ ମାଲିକଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ସହ  ଦୋକାନକୁ ୭ ଦିନ ପାଇଁ ସିଲ୍ କରି ଦିଆଯିବ । ଦ୍ୱିତୀୟ ଥର ପାଇଁ ଉଲ୍ଲଂଘନ ହେଲେ ୧୦ ହଜାର ଟଙ୍କା ଜରିମାନା ସହ  ଏବଂ ଦୋକାନକୁ ମାସେ ସିଲ କରାଯିବ ।

 

ଦେଖନ୍ତୁ ଏସବୁ ବାଦ ପଡିବ ସଟ ଡାଉନ କଟକଣାରୁ 

0
0
0
s2sdefault