ବରଗଡ :- ପଶ୍ଚିମ ଓଡିଶାର ବୃହତ ସ୍ଵାର୍ଥ କୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ପରିକଳ୍ପନା କରିଥିଲେ ବିଜୁ ଏକ୍ସପ୍ରେସ ୱେର । ଏହି ରାସ୍ତା ନିର୍ମାଣ ହେଲା ପରେ ପଶ୍ଚିମ ଓଡିଶାର ଆର୍ଥିକ ସ୍ଥିତି ମଧ୍ୟ ଅନେକ ମାତ୍ରାରେ ଉନ୍ନତ ହେବା ସହିତ ଗମନାଗମନ ସୁଗମ ହୋଇପାରିବ । କିନ୍ତୁ ଦୁର୍ଭାଗ୍ୟ ର କଥା ଏହି ରାସ୍ତା କାମକୁ କରାଇଥିବା ସରକାରୀ ସଂସ୍ଥା ପୁର୍ତ୍ତ ବିଭାଗର ଅଧିକାରୀ ଓ ଠିକାଦାର ମାନଙ୍କର ମାନମୁଖୀ କାର୍ଯ କଳାପ ମୁଖ୍ୟମନ୍ତ୍ରୀ ଙ୍କର ଏହି ସ୍ୱପ୍ନ ର ପ୍ରୋଜେକ୍ଟ କୁ ଧୂଳିସାତ କରିବାକୁ ଯାଉଛି । ଯାହାର ଉଦାହରଣ ହେଲା ଏହି ରାସ୍ତାରେ ନିର୍ମାଣ ହେଉଥିବା ଡ୍ରେନ ।
ପାଇକମାଲ ସରକାରୀ ଉଛ ବିଦ୍ୟାଳୟ ନିକଟରୁ ଡୁଙ୍ଗୁରିପାଲି ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଡ୍ରେନ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ଓ ବିଭାଗୀୟ ଅଧିକାରୀ ମାନଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠୁଛି । ବିନା କୋଣସି ଡ଼ିଜାଇନରେ ନିର୍ମାଣ ହେଉଥିବା ଏହି ଡ୍ରେନର କାର୍ଯ ମଧ୍ୟ ଅତି ନିମ୍ନ ମାନର । ଲାଗୁଛି ଏହା କେବଳ ଅଫିସର ମାନଙ୍କର ଠିକାଦାର ପୋଷା ନୀତି । କିଛି ସ୍ଥାନରେ ରାସ୍ତା କଡ଼ରେ ପ୍ରଚୁର ସରକାରୀ ଜାଗା ଥିବା ସତ୍ୱେ ରାସ୍ତା କାଟି ଏହି ନିମ୍ନ ମାନର ଡ୍ରେନ ନିର୍ମାଣ କାର୍ୟ୍ଯ ଚାଲିଛି କେନ୍ଦୁଭଟା ଛକ ନିକଟରେ । ରାସ୍ତାକୁ ଲାଗି ନିର୍ମାଣ କରାଯାଇଥିବା ଏହି ଡ୍ରେନର ଅବସ୍ଥା ଏହିଭଳି ଯେ ନିର୍ମାଣ ର କିଛିଦିନ ଭିତରେ ଡ୍ରେନର କିଛି ଜାଗା ଭାଙ୍ଗି ଗଲାଣି । ମୁଖ୍ୟ ସମସ୍ୟା ହେଲା ଅଧିକାରୀ ମାନଙ୍କ ଖାମଖିଆଳି ମନୋଭାବ ଓ ଠିକାଦାର ପୋଷାନୀତି କାରଣରୁ ସରକାର ବାହାଦୂରଙ୍କର ତହବିଲରୁ ପ୍ରଚୁର ଟଙ୍କା ଅପବ୍ୟୟ ହେବା ସହିତ ନୀତିଦିନ ଅନେକ ଦୁର୍ଘଟଣା ହେଉଛି । ଏଣୁ ଏହି ଡ୍ରେନର ମାନ ଓ ଡିଜାଇନ ତଦନ୍ତ କରିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି କରିଛନ୍ତି ।