କରୋନା ଚିକିତ୍ସିତ ହେଉଥିବା ୨ ବର୍ଷର ଶିଶୁକନ୍ୟାର ଗଲା ପ୍ରାଣ : କରୋନା ଜନିତ ନୁହେ, ଭିନ୍ନ କାରଣ
ଗଜପତି ଜିଲ୍ଲାରୁ ୮୮ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧୨ଜଣ ,ଖୋର୍ଦ୍ଧା ଜିଲ୍ଲାରୁ ୧୯୪ଜଣ, ଗଞ୍ଜାମ ଜିଲ୍ଲାରୁ ୨୪୫ଜଣ
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବ ଦିନ ଗୁଡିକ ଅପେକ୍ଷା କମିଛି ଆଜି କାରନାର ପ୍ରାବଲ୍ୟ | ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୪୦୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୧୭୫ରେ ପହଞ୍ଚିଛି ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି | ଆଜି କରୋନାରେ ୫ ଜଣଙ୍କ ଦେହାନ୍ତ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ | ସେମାନଙ୍କ ମଧ୍ୟରେ ଗଂଜାମ, ଫୁଲବାଣୀ, ବାଲେଶ୍ୱର, ପୁରୀ ଓ ମାଲକାନଗିରିରୁ ଜଣେ ଲେଖାଏ ମୃତ୍ୟୁ ବରଣ କରିଥିବା ଜଣାପଡିଛି | ଆଜି କରୋନା ପାଇଁ ଚିକିତ୍ସିତ ହେଉଥିବା ଭଦ୍ରକର ଜଣେ ଦୁଇବର୍ଷର ଶିଶୁକନ୍ୟା ଅନ୍ୟ କାରଣ ( Congenital Heart Disease with Cardiac failure.)ପାଇଁ ମୃତ୍ୟୁବରଣ କରିଥିବା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି |
ଆଜିର ଚିହ୍ନଟହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୨୯୧୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୨୦ଟି ରହିଛି | ୧୮୦୬୦ଜଣ ସୁସ୍ଥ ହୋଇ ଏ ଯାବତ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୮୭୩୧୦ଟି ନମୁନା ପରୀକ୍ଷା ହୋଇଛି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୦ଜଣ, ବାଲେଶ୍ୱର ଜିଲ୍ଲାରୁ ୨୯ଜଣ, ବରଗଡ ଜିଲ୍ଲାରୁ ୫ଜଣ, ଭଦ୍ରକ ଜିଲ୍ଲାରୁ ୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୬ଜଣ, କଟକ ଜିଲ୍ଲାରୁ ୬୧ଜଣ, ଦେଓଗଡ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୮୮ଜଣ, ଗଞ୍ଜାମ ଜିଲ୍ଲାରୁ ୨୪୫ଜଣ, ଜଗତସିଂହପୁର ଜିଲ୍ଲାରୁ ୩ଜଣ, ଯାଜପୁର ଜିଲ୍ଲାରୁ ୧୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨ଜଣ, କଳାହାଣ୍ଡି ଜିଲ୍ଲାରୁ ୧୯ଜଣ, କନ୍ଧମାଳ ଜିଲ୍ଲାରୁ ୧୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୯୪ଜଣ, କୋରାପୁଟ ଜିଲ୍ଲାରୁ ୬୬ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୨୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୬ଜଣ, ନୟାଗଡ ଜିଲ୍ଲାରୁ ୨୯ଜଣ, ନୂଆପଡ଼ା ଜିଲ୍ଲାରୁ ୧୧ଜଣ, ପୁରୀ ଜିଲ୍ଲାରୁ ୧୬ଜଣ, ରାୟଗଡ଼ା ଜିଲ୍ଲାରୁ ୨୪ଜଣ, ସମ୍ବଲପୁର ଜିଲ୍ଲାରୁ ୨୧ଜଣ, ସୋନପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧୨ଜଣ ରହିଛନ୍ତି ।