ହେଡଲାଇନସ୍:

ଜିଲ୍ଲା ପ୍ରଶାସନ ତରଫରୁ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ତରଫରୁ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକା ଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।  ଜିଲ୍ଲାପାଳ ଅନୁପମ ସାହା ସ୍ବର୍ଗତ ରାଇକାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ଏହା ସହ ସ୍ବର୍ଗତ ରାଇକାଙ୍କ କାର୍ଯ୍ୟ କାଳ ସମୟରେ ତାଙ୍କର ଦକ୍ଷତା , କାର୍ଯ୍ୟ କୌଶଳ , ସହଯୋଗ ମନଭାବକୁ ପ୍ରଶଂସା କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ। ତା ପରେ ଉପସ୍ଥିତ ସମସ୍ତ କର୍ମଚାରୀ ସ୍ବର୍ଗତ ରାଇକାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।

ସ୍ବର୍ଗତ ରାଇକା ଗଜପତି ଜିଲ୍ଲାର ଆର୍ . ଉଦୟଗିରି ବ୍ଳକର ଅତରସିଙ୍ଗ ଗ୍ରାମରେ ୨୫/୧୨/୧୯୬୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସେ ଉଚ୍ଚ ଶିକ୍ଷା ଶେଷକଲା ପରେ ୧୯୯୧ ମସିହାରେ  ଓଡିଶା ପ୍ରଶାସନିକ  ସେବାରେ ଯୋଗ ଦେଇଥିଲେ।

ସ୍ବର୍ଗତ ରାଇକା ତାଙ୍କ ଜୀବନ କାଳ ମଧ୍ୟରେ କେବଳ ଗଜପତି ଜିଲ୍ଲାରେ ବହୁତ ସମୟ ବିଭିନ୍ନ ପଦପଦବୀରେ ଯଥା :- ପ୍ରୋଗ୍ରାମ ଅଫିସର , ଓ.ଟି.ଇ.ଏଲ.ପି , ବିଡିଓ ରାୟଗଡ , ତହସିଲଦାର ମୋହନା ,land acquisition officer , chelligada lrrigation project  , ଅତିରିକ୍ତ ଜିଲ୍ଲାପାଳ( ରାଜସ୍ବ)  ଗଜପତି ରହି ଗଜପତି ଜିଲ୍ଲାର ଜନସାଧାରଣଙ୍କୁ ସେବା ଯୋଗାଇ ଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମହେଶ କୁମାର ଚୌଧୁରୀ , ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ  , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ବେହେରା , ସହକାରୀ ଜିଲ୍ଲାପାଳ ଜୁବୁଲି ବେହେରା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠି ଯୋଗ ଦେଇଥିଲେ।

 ଉପଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଗଜପତି ଏକ ମହାନ୍ ବ୍ୟକ୍ତିଙ୍କୁ ହରାଇଲା। ଯେଉଁ ବ୍ୟକ୍ତି କି ଗଜପତି ଜିଲ୍ଲାର ଉନ୍ନତି ପାଇଁ ତାଙ୍କ କାର୍ଯ୍ୟକାଳ ସମୟରେ ଗଜପତି ଜିଲ୍ଲାବାସୀଙ୍କର ସେବା କରିଥିଲେ। ଶେଷ ସମୟରେ ମଧ୍ୟ ସେ ନିଜ ଜିଲ୍ଲା ପାଇଁ କୋଭିଡ୍ ମହାମାରୀରୁ ନିଜ ଜିଲ୍ଲାକୁ ରକ୍ଷା କରିବା ପାଇଁ ରାତିଦିନ ଏକାଠି କରି ପରିଶ୍ରମ କରିଥିଲେ।

ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରୀପାଠି ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ଭଗବାନ ସତ୍ ସହାସ ଦେବା ସହ ପୁଣି ଶେଷରେ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

0
0
0
s2sdefault