ହେଡଲାଇନସ୍:

ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଆଦିତ୍ୟ ବିର୍ଲା ବିସ୍ଥାପିତ : ନିରୀହ ବିସ୍ଥାପିତଙ୍କୁ ନେଇ ରାଜନୀତି, ରାଜ ଭୋଗ କରୁଛନ୍ତି ନେତା ଓ ପ୍ରଶାସକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବିସ୍ଥାପିତ କଲୋନୀରେ ମୌଳିକ ସୁବିଧା ନାହିଁ 

  • ଠିକାଦାର ପୋଷାରେ ତିଆରି ଘର ଫାଟି ଆଁ କଲାଣି 

  • ଆଜି ପର୍ଯ୍ୟନ୍ତ ବିସ୍ଥାପିତ ମାନେ ପାଇ ନାହାଁନ୍ତି ଘରଡିହ  ପଟ୍ଟା

  • ମୁହଁ ଖୋଲିଲେ ମିଲୁଛି ପୋଲିସର ଧମକ

ସମ୍ବଲପୁର ରମାକାନ୍ତ ବିଶ୍ବାଳ :  ସବୁଜ ଜଙ୍ଗଲ ଘେରା ସାମାଜିକ ଗ୍ରାମ୍ୟ ଜୀବନରେ ଆମେ ସ୍ବର୍ଗରେ ଥିଲୁ ସବୁ ସୁବିଧା କରି ଦେବାର ପ୍ରତିଶ୍ରୁତି ଦେଇ ଆମକୁ ନର୍କରେ ଆଣି ପକାଇ ଦେଇଛନ୍ତି ବୋଲି କୋହଭରା କଣ୍ଠରେ କହନ୍ତି  ଆଦିତ୍ୟ  ବିର୍ଲା ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ପଣ୍ତଲୋଇ ଓ ଲୁଧାପାଲି ବିସ୍ଥାପିତ କଲୋନୀର ଅଧିବାସୀ । 

ଆଦିତ୍ୟ ବିର୍ଲା କମ୍ପାନୀ ଲୁଟି ନେଇଛି ନୀରିହ ଆଦିବାସୀ ମାନଙ୍କର ସରଲ ଗ୍ରାମ୍ଯ ଜୀବନ ଯେଉଁ ଆଦିବାସୀ ମାନେ ଜଙ୍ଗଲ ଘେରା ଭିତରେ ରହି ଜଙ୍ଗଲରୁ ବର୍ଷକୁ ଛ ମାସର ଖାଦ୍ୟ ସଂଗ୍ରହ କରୁଥିଲେ  ଏବଂ ଜଙ୍ଗଲରୁ ବନ୍ୟଜାତ ସାମଗ୍ରୀ ସଂଗ୍ରହ କରି କିଛି ଅର୍ଥ ମଧ୍ୟ ରୋଜଗାର କରୁଥିଲେ ଯେଉଁଥିରେ ସେମାନଙ୍କର ସରଲ ଜୀବନ ବେଶ ଖୁସିରେ ଅତିବାହିତ ହେଉଥିଲା ତାହା ଆଜି ଏମାନଙ୍କ ପାଇଁ ସାତ ସପନ ହୋଇଯାଇଛି । ଜଙ୍ଗଲର ଖୋଲା ପବନରେ ଜୀବନ ବିତାଉଥିବା ଅଧିବାସୀ ମାନେ ଏବେ ଚାରି ପଟେ ପାଚେରୀ ଦିଆ ବିସ୍ଥାପିତ କଲୋନୀ ଭିତରେ ଖୋଜୁଛନ୍ତି ସେମାନଙ୍କ ଅତିତକୁ ଯାହା ଆଜି ସେମାନଙ୍କ ପାଇଁ ସାତ ସପନ ।

ଆଦିତ୍ୟ ବିର୍ଲା କମ୍ପାନୀ ପାଇଁ ନିଜର ଘର ଦ୍ବାର ଜମିବାଡି ଏବଂ ଆତ୍ମିକ ପରିଜନଙ୍କୁ ହରାଇଥିବା ଭାଲୁଢୁଡିଆ,ଖମାରିପଡା,ଖଡିଆପଡା,ପରେଖପଡା,ବୋମାଲୋଇ,ଡୁର୍କାବହାଲ ଗ୍ରାମର ଅଧିବାସୀ ମାନେ ଭାଗ ଭାଗ ହୋଇ ୧୮୦ ପରିବାର ପଣ୍ତଲୋଇ ବିସ୍ଥାପିତ କଲୋନୀରେ ଏବଂ ୨୦୦ ପରିବାର ଲୁଧାପାଲି ବିସ୍ଥାପିତ କଲୋନୀରେ ରହୁଛନ୍ତି ।

ଠିକାଦାର ପୋଷାରେ ତିଆରି କରାଯାଇଥିବା କଲୋନୀ ଘର ନିମ୍ନ ମାନର କାମ ଯୋଗୁଁ ଫାଟି ଆଁ କଲାଣି । ବର୍ଷାରେ ଛାତରୁ ପାଣି ଗଲୁଛି। ଛାତ ଭାଙ୍ଗି ପୁଲାପୁଲା ଅତଡା ଖସୁଛି।

କଲୋନୀରେ ଉତ୍ତମ ମାନର ଡ୍ରେନର ସୁବିଧା ନଥିବାବେଲେ ରାସ୍ତା ଘାଟର ସୁବିଧା ନାହିଁ । ବିସ୍ଥାପିତ କଲା ସମୟରେ ମାଗଣାରେ ବିଜୁଲି ଦେବୁ ବୋଲି ପ୍ରତିଶ୍ରୁତି  ଦେଇ ଥିଲେ କିନ୍ତୁ  ଏବେ ବିସ୍ଥାପିତଙ୍କୁ ବିଜୁଳି ବିଲ ଦେବାକୁ ପଡୁଛି । ପାନୀୟ ଜଳ ଯୋଗାଣର ସୁ ବ୍ଯବସ୍ଥା ନାହିଁ । ବିସ୍ଥାପିତଙ୍କ ସ୍ନାନ ସୌଚ ପାଇଁ ଉତ୍ତମ ମାନର ବନ୍ଧ ପୋଖରୀ ମଧ ନାହିଁ । ବିସ୍ଥାପିତଙ୍କ ପାଇଁ  ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ, ଆମୋଦ ପ୍ରମୋଦର ଉତ୍ତମ ବ୍ୟବସ୍ଥା ନଥିବାବେଲେ ବିସ୍ଥାପିତଙ୍କ  ଧର୍ମର ସୁରକ୍ଷା ପାଇଁ ମନ୍ଦିର ଟିଏ ମଧ୍ୟ କରାଯାଇ ନାହିଁ । ବିସ୍ଥାପନ ନିୟମ ଅନୁସାରେ ଯେଉଁ ସୁବିଧା ସୁଯୋଗ ବିସ୍ଥାପିତ ମାନଙ୍କୁ ମିଲିବା କଥା ତାହା ବିସ୍ଥାପନର ୧୦ ବର୍ଷ ପରେ ମଧ୍ୟ  ମିଲି ପାରିନାହିଁ ।

ଅନ୍ୟ ପକ୍ଷରେ ବିସ୍ଥାପିତ ମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ନେତା ରାଜ ନେତା ମାନେ କରିଥିବା ଆନ୍ଦୋଳନର ଫାଇଦା ନେତା ରାଜନେତା ଓ ପ୍ରଶାସକ ମାନେ ପାଇଛନ୍ତି ।ନିରୀହ ବିସ୍ଥାପିତ ମାନଙ୍କର ପେଟ ପୁରିଛି କେବଲମ ପ୍ରତିଶ୍ରୁତି ରେ । ନିଜର ଭିଟାମାଟି ଘରଦ୍ବାର ଛାଡି ବିସ୍ଥାପିତ ହୋଇଥିବା ନିରୀହ ଅଧିବାସୀ ମାନେ କେବେ ପାଇବେ ସେମାନଙ୍କର ହକ ??

0
0
0
s2sdefault